ଅନଲାଇନ ପାଠ ପଢାରୁ ବଞ୍ଚିତ ୧୫ ଲକ୍ଷ ୮ ହଜାର ୯୩୭ ଛାତ୍ରଛାତ୍ରୀ

ଅନଲାଇନ ପାଠ ପଢାରୁ ବଞ୍ଚିତ ୧୫ ଲକ୍ଷ ୮ ହଜାର ୯୩୭ ଛାତ୍ରଛାତ୍ରୀ

Date:

ଇନସାଇଟ୍ ବ୍ୟୁରୋ: କୋଭିଡ ମହାମାରୀ ପାଇଁ ୨୦୨୦ ମାର୍ଚ୍ଚ ମାସରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଗୁଡିକୁ ବନ୍ଦ କରିଦେଇଥିଲେ । ରାଜ୍ୟର ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢାଇବା ପାଇଁ ନିଷ୍ପତି ନେଇଥିଲେ । ରାଜ୍ୟର ସବୁ ଅଞ୍ଚଳରେ ଅନଲାଇନ ସେବାର ସୁବିଧା ନଥିବାରୁ ଏହି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପରିନଥିଲା ।

କେତେକ ସ୍ଥାନରେ ଛାତ୍ରଛାତ୍ରୀମାନେ ଅନଲାଇନ ପଢିବା ପାଇଁ ଉଦ୍ୟମ କରିଥିଲେ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । କେଉଁଠି ଗଛ ଉପରେ ତ ଆଉ କେଉଁଠି ପାହାଡ ଉପରେ ଚଢି ପିଲାମାନେ ଅନଲାଇନ ପାଠ ପଢିବା ପାଇଁ ଚେଷ୍ଟା କରିଥିଲେ । ଏଭଳି ଅବ୍ୟବସ୍ଥା କାରଣରୁ କେତେକ ଛାତ୍ର ଅକାଳରେ ଜୀବନ ହରାଇଥିବା ଅଭିଯୋଗ ମଧ୍ୟ ସାମନା କୁ ଆସିଥିଲା ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟରେ କେତେ ସଂଖ୍ୟକ ଛାତ୍ରଛାତ୍ରୀ ଅନଲାଇନ ପାଠପଢା ସୁବିଧା ପାଉ ନାହାନ୍ତି ତା’ର ଏକ ରିପୋର୍ଟ ମାଗିଥିଲେ । ରାଜ୍ୟ ସରକାର ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲେ ଯେଉଁଥିରେ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢାରୁ ବଞ୍ଚିତ ରହିଛନ୍ତି ।

ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁସାରେ ସମୁଦାୟ ୬୬ ହଜାର ୨୦ଟି ବିଦ୍ୟାଳୟ ରହିଛି । ଏହି ସମସ୍ତ ବିଦ୍ୟାଳୟରେ ୭୬ ଲକ୍ଷ ୮୬ ହଜାର ୮୯୪ ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନଲାଇନ ପାଠପଢାରୁ ୧୫ ଲକ୍ଷ ୮ ହଜାର ୯୩୭ ଜଣ ବଞ୍ଚିତ ଅଛନ୍ତି ।

ଏହି ସବୁ ବିଦ୍ୟାଳୟ ଗୁଡିକରେ ସମୁଦାୟ ୩ ଲକ୍ଷ ୪୮ ହଜାର ୨୪୯ ଜଣ ଶିକ୍ଷକ ପାଠ ପଢା ପାଇଁ ନିଯୁକ୍ତ ଥିବା ରାଜ୍ୟ ସରକାର ତଥ୍ୟ ପ୍ରଦାନ କରିଛନ୍ତି । ଅନଲାଇନ ଶିକ୍ଷା ରାଜ୍ୟରେ ଲାଗୁ ହେବା ପରେ ସମସ୍ତ ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରି ନାହାନ୍ତି । ଅନଲାଇନ ଶିକ୍ଷା ରୁ ବଞ୍ଚିତ ଥିବା ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ କିମ୍ବା ଡିଜିଟାଲ ଡିଭାଇସ ନଥିବାରୁ ଛାତ୍ରଛାତ୍ରୀ ମାନେ ପାଠପଢିବାକୁ ସମସ୍ୟା ଭୋଗୁଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.