ଟିକାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗିର ଭିତିରି କଥା

ଟିକାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗିର ଭିତିରି କଥା

Date:

୨୦୦୫ ମସିହା ସୂଚନା ଅଧିକାର ଆଇନ ବଳବତ୍ତର ହେଲା ଠାରୁ ଧିରେ ଧିରେ ସରକାରଙ୍କ ଗୁମର କଥା ଦାଣ୍ଡରେ ପଡି ହାଟରେ ଗଡୁଛି। ସେ ରାଜ୍ଯ ସରକାର ହୁଅନ୍ତୁ କିମ୍ବା କେନ୍ଦ୍ର ସରକାର ହୁଅନ୍ତୁ ତାଙ୍କରି ମିଛ ଅନୁସନ୍ଧାନ ଯନ୍ତ୍ର ସାଜିଛି ସୂଚନା ଅଧିକାର। ଯେଉଁ ସରକାର ଯେଉଁ ବିଭାଗ ଯେତେ ସ୍ୱଚ୍ଛତା ପରିଚାଳନା କରିଥାଆନ୍ତି ସେହି ସରକାର କିମ୍ବା ସରକାରଙ୍କ ବିଭାଗ ସେତେ ଶୀଘ୍ର ସୂଚନା ଅଧିକାରରେ ଉତ୍ତର ଦିଅନ୍ତି।

ଟିକା ପ୍ରସଂଗରେ କେନ୍ଦ୍ର ସରକାର ଉତ୍ତର ଦେଇଥିଲେ ମଧ୍ଯ ରାଜ୍ଯ ସରକାର ବିଳମ୍ବତା ପ୍ରକାଶ କରିଛନ୍ତି ବୋଲି ପ୍ରଦୀପ ପ୍ରଧାନଙ୍କ ସାମାଜିକ ଗଣମାଧ୍ଯମ ସ୍ପଷ୍ଟ କରୁଛି।

ରାଜ୍ଯ ସରକାରଙ୍କ  ସ୍ୱଚ୍ଛତା ଉପରେ ଏକ ପ୍ରଶ୍ନଚିହ୍ନ ଲାଗିଛି। ଟିକା କାର୍ଯ୍ଯକ୍ରମର ପ୍ରଚାରପ୍ରସାର ଆରମ୍ଭ କରି ପ୍ରଶଂସା ସାଉଁଟାବା ପାଇଁ କେନ୍ଦ୍ରର ଭାଜପା ସରକାର ଓ ଓଡିଶାର ବିଜେଡି ସରକାର ମଧ୍ଯରେ ଏକ ପ୍ରତିଯୋଗିତା ଆରମ୍ଭ ହେବାର ଦେଖି ସୂଚନା ଅଧିକାର କର୍ମୀମାନେ ବାସ୍ତବତା ଜାଣିବା ପାଇଁ ତତ୍ପରତା ପ୍ରକାଶ କରିବା ଆରମ୍ଭ କରିଥିଲେ।

ଓଡିଶାର ଖ୍ଯାତନାମା ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ କେନ୍ଦ୍ର ସରକାରଙ୍କୁ A.60011/FTS-2177074/2021, ତା:- ୧୮/୦୫/୨୦୨୧ ଅନୁଯାୟୀ ସୂଚନା ଅଧିକାରରେ ତଥ୍ଯ ପଚାରିଥିଲେ। ୧୮/୦୬/୨୦୨୧ ତାରିଖରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ଯ ମନ୍ତ୍ରାଳୟ ଦେଇଥିବା ସୂଚନା ରାଜ୍ଯ ପାଇଁ ଏକ ବଡ ପ୍ରସଂଗ। ଏହି ପତ୍ରକୁ ପ୍ରଦୀପ ବାବୁ ସାର୍ବଜନୀନ କଲା ପରେ ଏବେ ପ୍ରଶ୍ନ ଉଠୁଛି ରାଜ୍ଯ ସରକାର ସାଧାରଣ ଭାବରେ ଓଡିଶାର ଜନସାଧାରଣଙ୍କ ପାଇଁ ଟିକା ପ୍ରସଂଗରେ କଣ କରିଛନ୍ତି।

ସରକାର କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ହୋଇଛି। ଟିକା ଅପେକ୍ଷା ରାଜ୍ଯ ସରକାର ବରଂ ଘୋଡା ୬ଟଙ୍କାକୁ ଦାନା ୯ଟଙ୍କା ଭଳି ଟିକା କ୍ଷେତ୍ରରେ ନିଜର ରାଜନୈତିକ ଫାଇଦାର ବିଜ୍ଞାପନ ପାଇଁ ତତ୍ପରତା ପ୍ରକାଶ କରିଥିବା ଏକ ସ୍ପଷ୍ଟ ଅନୁମାନ ହେଉଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ଯ ମନ୍ତ୍ରାଳୟ ସୂଚନା ପତ୍ରରେ ସ୍ପଷ୍ଟ କରିଛନ୍ତି ଯେ ୧୮-୦୬-୨୦୨୧ ସୁଦ୍ଧା ରାଜ୍ଯ ସରକାରଙ୍କୁ ଟିକା କ୍ରୟ କରିବା ପାଇଁ କୌଣସି ଅନୁଦାନ ଦେଇନାହାଁନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର ୧୦-୦୬-୨୦୨୧ ସୁଦ୍ଧା ଓଡିଶା ରାଜ୍ଯକୁ ୭୭,୭୭,୭୦୦ ଡୋଜ୍ କୋଭିସିଲଡ ଏବଂ ୧୩,୪୮,୯୫୦ ଡୋଜ୍ କୋଭାକ୍ସିନ ଟିକା ସର୍ବ ମୋଟ ୯୧,୨୬,୬୫୦ ଡୋଜ ଟିକା ପ୍ରଦାନ କରିଛନ୍ତି। ରାଜ୍ଯର ଜନସଂଖ୍ଯା ଯଦି ସାଢେ ୪କୋଟି ତେବେ କେନ୍ଦ୍ର ସରକାର ଜୁନ ୧୦ ତାରିଖ ସୁଦ୍ଧା ଓଡିଶାକୁ ୨୦.୬୭% ଡୋଜ ପ୍ରଦାନ କରିଛନ୍ତି। କିନ୍ତୁ ରାଜ୍ୟ ସରକାର କେତେ ଟିକା କିଣି ଛନ୍ତି ଓ ଲୋକଙ୍କୁ ଦେଇଛନ୍ତି , ଏହାର ତଥ୍ୟ ଏ ପର୍ଯ୍ୟନ୍ତ ସୂଚନା ଆଇନରେ ମିଳିନାହିଁ ।ମିଳିଲା ପରେ ଏହି ତଥ୍ୟ ଉପସ୍ଥାପନ କରାଯିବ ବୋଲି ପ୍ରଦୀପ ପ୍ରକାଶ କରିଛନ୍ତି। ଆଜି ସୁଦ୍ଧା ଓଡିଶାରେ ୯୫,୨୭,୫୫୦ ପ୍ରଥମ ମାତ୍ରା ଏବଂ ୨୦,୨୫,୨୩୨ ଦ୍ୱିତୀୟ ମାତ୍ର ଭାବରେ ଏପରି ସର୍ବମୋଟ ୧,୧୫,୫୨,୭୮୨ ମାତ୍ରା ଦେଇଥିବା ସରକାରୀ ପୋର୍ଟାଲରେ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ଆଜି ସୁଦ୍ଧା ସର୍ବମୋଟ ୩୧,୬୯,୭୯,୮୭୨ ମାତ୍ରା ଟୀକା କରଣ ସମଗ୍ର ଭାରତ ବର୍ଷର ବିଭିନ୍ନ ସ୍ଥାନ ମାନଙ୍କରେ ହୋଇଥିବା ସ୍ପଷ୍ଟ ହୋଇଛି।

ବର୍ତ୍ତମାନ ଏକ ପ୍ରକାର ସ୍ପଷ୍ଟ ଯେ ରାଜ୍ଯରେ ଆଜି ସୁଦ୍ଧା ଦିଆଯାଇଥିବା ଟିକାର ୯୮% କେନ୍ଦ୍ର ସରକାର ଯୋଗାଇ ସାରିଛନ୍ତି। ଅବଶିଷ୍ଟ ଟିକା ରାଜ୍ଯସରକାର କେତେ ଟଙ୍କାରେ କେଉଁଠୁ କିପରି କ୍ରୟ କରିଛନ୍ତି ରାଜ୍ଯବାସୀଙ୍କୁ ଜଣାଇବା ଆବଶ୍ଯକ ରହିଛି।

ଏହି ଟିକାକରଣର ମାତ୍ରା ସଂଖ୍ଯାକୁ ଅନୁଶୀଳନ କଲେ ଏକ ସ୍ପଷ୍ଟ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ସଂଗୃହୀତ ଭାରତବାସୀଙ୍କ ଟିକସ ଟଙ୍କାରେ ଟିକା ଓଡିଶାକୁ ମିଳିଛି। ରାଜ୍ଯ ସରକାର ବିଭିନ୍ନ ଟିକାକେନ୍ଦ୍ରରେ କିନ୍ତୁ ସବୁ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ର ଙ୍କ ଫଟୋ ଲଗେଇବା ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାଜ ଳଜଳ ଦିଶୁଛି। ଟିକା କେନ୍ଦ୍ରରେ ମୁଖ୍ଯମନ୍ତ୍ରୀଙ୍କ ଫୋଟୋ ଲାଗିବା ପାଇଁ ହୋଇଥିବା ସରକାରୀ ନିଷ୍ପତ୍ତି ର ଏକ କପି ସ୍ୱାସ୍ଥ୍ୟ ଓ ପରିବାର ବିଭାଗକୁ ମଗାଯାଇଥିଲେ ମଧ୍ଯ ସୂଚନା ଅଧିକାରରେ କିନ୍ତୁ ଏହି ତଥ୍ୟ ମିଳିନାହିଁ ବୋଲି ଜଣାପଡିଛି।

ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଜନସାଧାରଣଙ୍କ ଟିକସ ଅର୍ଥରେ ହୋଇଥିବା କୌଣସି ଏକ ସରକାରୀ କାର୍ଯ୍ଯକ୍ରମର ଉଦଘାଟନ କାର୍ଯ୍ଯକ୍ରମର ଶିଳାରେ ଯଦି କାହାର ନାମ ନଥାଏ, ଦଳୀୟ କର୍ମୀ ତୁମ୍ଭୀ ତୁଫାନ କରିଥିବା ନଜର ରହିଛି। ହେଲେ ଟିକା କ୍ଷେତ୍ରରେ ୯୮% ଟିକା ବିଜେପି ଶାସନାଧୀନ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ଯ ସରକାରଙ୍କୁ ଯୋଗାଇ ଦିଆଯାଇଥିଲେ ମଧ୍ଯ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାକୁ ବିଜେପି କର୍ମୀ ଏତେ ସହଜରେ ହଜମ କରନ୍ତେ ବା କିପରି? ଏଣୁ ଟିକାକୁ ନେଇ ଫୋଟୋ ରାଜନୀତିର ପ୍ରାଧାନ୍ୟତା ଅଛି ବୋଲି ବହୁ ବିଜେପି କର୍ମୀ ଦାବି କରିଛନ୍ତି।

The views, thoughts, and opinions expressed in the article belong solely to the author, and not necessarily to The News Insight.

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.