୫ଟି ରାଜ୍ୟର ୭୨୮୭ଟି ଗାଁରେ ପହଞ୍ଚିବ ୪ଜି ମୋବାଇଲ୍ ସେବା

୫ଟି ରାଜ୍ୟର ୭୨୮୭ଟି ଗାଁରେ ପହଞ୍ଚିବ ୪ଜି ମୋବାଇଲ୍ ସେବା

Date:

ଇନ୍‌ସାଇଟ୍‌ ବ୍ୟୁରୋ:  ପାଞ୍ଚଟି ରାଜ୍ୟର ୪୪ଟି ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ପହଞ୍ଚିବ ୪ଜି ମୋବାଇଲ୍ ସେବା । ଏହି ସବୁ ଗାଁ ଗୁଡ଼ିକରେ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସଂଯୋଗ ପହଞ୍ଚିପାରିନାହିଁ । ଯେଉଁଥି ପାଇଁ ସେଠାରେ ରହୁଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼‌ରେ ଏହି ଗାଁ ଗୁଡ଼ିକ ରହିଛି। ଏହି ପ୍ରକଳ୍ପ ଦ୍ୱାରା ଲୋକମାନେ ଇ-ଗଭର୍ଣ୍ଣାନ୍‌ସର ଲାଭକୁ ଉପଯୋଗ କରିବାରେ ସକ୍ଷମ ହେବେ।

- Advertisement -

୪ଜି ମୋବାଇଲ୍ ସଂଯୋଗ ଉପଲବ୍ଧ ହେବା ପରେ ପୂର୍ବରୁ ଅପହଞ୍ଚ ରହିଥିବା ଏହି ଗ୍ରାମଗୁଡ଼ିକର ବାସିନ୍ଦାମାନେ ବିଶେଷ ଭାବେ ଉପକୃତ ହେବେ। ଡିଜିଟାଲ୍ ସଂଯୋଗ ହାସଲ କରିବା ପରେ ସେମାନେ ସ୍ବାବଲମ୍ବୀ ହେବା ସହିତ, ସେଠାରେ ଇ-କମର୍ସର ସୁଯୋଗ ସୃଷ୍ଟି ହେବ, ଇ-ଶିକ୍ଷା ସମ୍ଭବ ହୋଇପାରିବ ଏବଂ ଇ-ଗଭର୍ଣ୍ଣାସ୍ ପଦକ୍ଷେପଗୁଡ଼ିକୁ ମଧ୍ୟ ସୁଚାରୁ ରୂପେ ଲାଗୁ କରାଯାଇପାରିବ। ସଂପ୍ରତି ଡିଜିଟାଲ ଯୁଗରେ ଇଣ୍ଟରନେଟ୍ ସଂଯୋଗ ଏକ ଆବଶ୍ୟକତାରେ ପରିଣତ ହୋଇଥିବା ବେଳେ ଏହି ପରିବର୍ତ୍ତନରେ ଗ୍ରାମାଞ୍ଚଳଗୁଡିକ ପଛରେ ରହିଯାଉ ବୋଲି ସରକାର ଚାହୁଁନାହାନ୍ତି। ସେଥିପାଇଁ ମୋବାଇଲ୍‌ ସେବା ପହଞ୍ଚିନଥିବା ଗ୍ରାମଗୁଡ଼ିକରେ ଟେଲି ସଂଯୋଗ ପ୍ରଦାନ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଗ୍ରାମାଞ୍ଚଳରେ ମୋବାଇଲ୍ ଟାୱାର ସ୍ଥାପନ କରିବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ପ୍ରଭୃତି ୫ଟି ରାଜ୍ୟର ୭,୦୦୦ରୁ ଅଧିକ ଗ୍ରାମରେ ୪ଜି ମୋବାଇଲ୍‌ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗଣମାଧ୍ୟମରେ ଜଣାଇଛନ୍ତି । ଏହି ଯୋଜନାରେ ୬,୪୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଠାକୁର ସୂଚନା ଦେଇ କହିଛନ୍ତି ।

ମୋବାଇଲ୍‌ ଟାୱାର ସ୍ଥାପନ ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାହାର ପରିଚାଳନା ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ୟୁନିଭର୍ସାଲ୍ ସର୍ଭିସ୍ ଓବ୍ଲିଗେସନ୍ ଫଣ୍ଡ୍ (USOF) ପାଣ୍ଠିରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବୁଝାମଣାପତ୍ର ସ୍ବାକ୍ଷର ହେବାର ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଅପହଞ୍ଚ ଗ୍ରାମରେ ମୋବାଇଲ୍‌ ଟାୱାର ସ୍ଥାପନ କରିବା ଲାଗି ଖୋଲା ନିଲାମ ମଧ୍ୟ ଡକାଯିବ।

ପ୍ରକାଶ ଥାଉକି, ଏହି ପ୍ରକଳ୍ପ ୫ ଟି ରାଜ୍ୟର ଜିଲ୍ଲାର ସୁଦୂର ଏବଂ କଠିନ ଆବିଷ୍କୃତ ଅଞ୍ଚଳରେ ମୋବାଇଲ୍ ସେବା ଯୋଗାଇବା ପାଇଁ ବର୍ତ୍ତମାନର ପ୍ରସ୍ତାବରେ ଆତ୍ମନିର୍ଭରଶୀଳତା ପାଇଁ ଉପଯୋଗୀ ଡିଜିଟାଲ୍ ସଂଯୋଜନା ବୃଦ୍ଧି ପାଇବ, ଶିଖିବା, ସୂଚନା ଏବଂ ଜ୍ଞାନ କୌଶଳର ପ୍ରସାର, ଦକ୍ଷତା ଉନ୍ନୟନ ଏବଂ ବିକାଶ , ବିପର୍ଯ୍ୟୟ ପରିଚାଳନା, ଇ-ଗଭର୍ନାନ୍ସ ପଦକ୍ଷେପ, ଉଦ୍ୟୋଗ ପ୍ରତିଷ୍ଠା ଏବଂ ଇ-ବାଣିଜ୍ୟ ସୁବିଧା, ଏବଂ ଚାକିରି ସୁଯୋଗର ଉପଲବ୍ଧିତା ପାଇଁ ଶିକ୍ଷାନୁଷ୍ଠାନକୁ ପର୍ଯ୍ୟାପ୍ତ ସହାୟତା ପ୍ରଦାନ ଏବଂ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଆତ୍ମନିର୍ଭର ଭାରତର ଲକ୍ଷ୍ୟ ପୂରଣ ପାଇଁ ଡିଜିଟାଲ୍ ଇଣ୍ଡିଆର ଦୂରଦୃଷ୍ଟି ପୂରଣ କରିବା ଏହାର ଲକ୍ଷ୍ୟ ।

ଏହି ଅବସରରେ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇ କହିଥିଲେ ଯେ ଏହି ସମସ୍ତ ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ରାସ୍ତା ନିର୍ମାଣ କରାଯିବ। ଯାହା ସମଗ୍ର ଦେଶରେ ନକ୍ସଲ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକେ ଉପକୃତ ହୋଇପାରିବେ। ଏହି ପ୍ରକଳ୍ପରେ ମୋଟ ୩୩,୮୨୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...