ହିଟ୍ ୱେଭକୁ ଦୃଷ୍ଟିରେ ରଖି ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ

ହିଟ୍ ୱେଭକୁ ଦୃଷ୍ଟିରେ ରଖି ବଦଳିଲା ମାଟ୍ରିକ ପରୀକ୍ଷା ସମୟ ସୂଚୀ

Date:

ହିଟ୍ ୱେଭ୍ ଯୋଗୁଁ ବଦଳିଛି ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବା ନେଇ ନିଷ୍ପତି ହୋଇଛି । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, କିନ୍ତୁ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲକୁ ବଦଳା ଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷାକୁ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ଏବଂ ଓଆରଏସ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବା ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ହାଇସ୍କୁଲ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇନି ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି । ପ୍ରଥମ ସିଟିଂରେ ସକାଳ ୮ ରୁ ୧୦ ଯାଏ ପରୀକ୍ଷା ହେବ ।

- Advertisement -

ଏପ୍ରିଲ ୨୯ ରୁ ମେ ୬ ଯାଏଁ ସକାଳ ୮ ଟା ରୁ ୧୦ଟା ମାଟ୍ରିକ ପରୀକ୍ଷା ହେବ । ଏଥିରେ ୩୫ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ପରୀକ୍ଷା ପରିଚାଳନା କରିବେ । ହିଟ୍ ୱେଭ୍ ପାଇଁ ପରୀକ୍ଷା କେନ୍ଦ୍ରରେ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ଓ ପାଣି ଯୋଗାଇ ଦିଆଯିବ । ୫ ଲକ୍ଷ ୮୫ ହଜାର ୭୩୦ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । କପି ରୋକିବାକୁ ବୋର୍ଡର ସ୍ଵତନ୍ତ୍ର ୩୮ ଟି ସ୍କ୍ୱାର୍ଡ ଗଠନ କରାଯିବ । ରାଜ୍ୟରେ ମୋଟ ୩,୩୦୩ଟି ପରୀକ୍ଷା କେନ୍ଦ୍ର ହୋଇଛି ଏବଂ ଏଥିସହିତ ୩୧୫ ନୋଡାଲ ସେଣ୍ଟର  ସମ୍ବେଦଶୀଳ ସ୍ଥାନରେ ରହିଛି । ୨୧ଟି ପୋଲିସ ଷ୍ଟେସନ ନୋଡାଲ ସେଣ୍ଟର ସୁରକ୍ଷାରେ ରହିବେ ବୋଲି ସୂଚନା ମିଳିଛି ।

Share post:

Popular

More like this
Related

Odisha’s Shame – A Failed Experiment With Students

The Odisha government's decision to continue with error-ridden school...

Manipal Hospital Bhubaneswar marks World Blood Donor Day

Reinforcing the importance of voluntary blood donation and community...

Coastal Highway Project in Odisha – The Facts

TNI Bureau: The Coastal Highway Project in Odisha has...

Annamalai’s Exit – BJP’s Most Calculated Political Gamble

TNI Bureau: K. Annamalai's resignation from the BJP and...