ପୁଣି ବିବାଦରେ ସଞ୍ଜୟ ଦାସ ବର୍ମା

ବିବାଦରେ ପୁଣି ଜଣେ ବିଜେଡି ନେତା

ଇନସାଇଟ ବ୍ୟୁରୋ: ବିବାଦରେ ପୁଣି ଜଣେ ବିଜେଡି ନେତା । ନିଜ ରାଜନୈତିକ ସହଯୋଗୀ କର୍ମୀଙ୍କ ମୃତ୍ଯୁ ମାମଲାରେ ବିବାଦ ଘେରକୁ ଆସିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା। ତାଙ୍କ ଉପରେ ପରିବାର ଲୋକୋ ସିଧାସଳଖ ଅଭିଯୋଗ କରିଛନ୍ତି । ଲାଗୁଛି ବିବାଦ ଯେପରି ବିଜେଡ଼ିର ପିଛା ଛାଡୁନି । ମମିତା ମର୍ଡର କେସ୍‌କୁ ନେଇ ବିଜେଡି ଏବେ ବିଜେପି, କଂଗ୍ରେସ ଦଳର ଟାର୍ଗେଟରେ ଥିବା ବେଳେ ପୁଣି ଥରେ ଛିଡ଼ା ହୋଇଛି ନୂଆ ବିବାଦ ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା , ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ଏବେ ପୁଣି ଏକ ହତ୍ୟା ମାମଲାରେ  ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଛନ୍ଦି ହୋଇପଡିଛନ୍ତି । ପରି , ଏସିଏଫ, ମମିତା, ମାହାଙ୍ଗା ଭଳି ଅନେକ ଘଟଣାରେ ବିଜେଡ଼ି ର ନେତା ଓ ମନ୍ତ୍ରୀ ମାନେ ବିବାଦୀୟ ହୋଇପଡିଛନ୍ତି ।

ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ହେଉଛନ୍ତି ବ୍ରହ୍ମଗିରି ବ୍ଲକ ସାନବନ୍ଧକେରା ଗ୍ରାମର ଚିତ୍ତରଞ୍ଜନ ପଲେଇ। ଯୋଜନା ବୋର୍ଡ ଦାୟିତ୍ୱ ପାଇବା ପରେ, ସଂଜୟଙ୍କ ବ୍ୟକ୍ତିଗତ ସହାୟକ ଭାବେ ଦାୟିତ୍ୱ ତୁଲାଉଥିଲେ ଚିତରଂଜନ ।  ଘଟଣା ଘଟିବା ପରଦିନ ଚିତ୍ତରଞ୍ଜନ ଫେରି ଆସିବେ ବୋଲି ସଞ୍ଜୟ ତାଙ୍କ ପରିବାର ଲୋକଙ୍କୁ କହିଥିଲେ ଏବଂ ଠିକ  ପର ଦିନ ଚିତ୍ତରଞ୍ଜନଙ୍କ ମୃତ ଦେହ ମିଳିବା ତାଙ୍କୁ ତଦନ୍ତ ପରିସରକୁ ଆଣୁଛି । ବିଜେଡି  ସେଲ ରେ କାମ କରୁଥିବା ଚିତ୍ତରଞ୍ଜନଙ୍କ ପରିବାର ଲୋକେ ସିଧା ସଳଖ ମନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି । ୨ ଦିନ ନିଖୋଜ ହେବା ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘନିଷ୍ଠ ସହଯୋଗୀ ଚିତରଂଜନ ପଲେଇଙ୍କ  ମୃତଦେହ ଉଦ୍ଧାର କରାଯାଇଥିଲା । ୨ ଦିନ ଧରି ନିଖୋଜ ଥିବା ଚିତରଂଜନଙ୍କ ମୃତଦେହ ମିଳିବା ପରେ ପରିବାର ସଦସ୍ୟ ସଞ୍ଜୟଙ୍କ ଉପରକୁ ଉଠାଇଛନ୍ତି ଅଙ୍ଗୁଳି । ରହସ୍ୟରେ ସହଯୋଗୀ  ଚିତ୍ତରଞ୍ଜନ ପଲେଇଙ୍କ  ମୃତ୍ୟୁ ଯାହା ପାଇଁ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି  ସଞ୍ଜୟ । ଚିତ୍ତରଞ୍ଜନଙ୍କ ମୃତ୍ଯୁ ଯେତିକି ରହସ୍ୟ ସୃଷ୍ଟି କରିଛି ସେତିକି ବିବାଦ ମଧ୍ୟ ସୃଷ୍ଟି କରି ଦେଇଛି ।

କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ପରିବାର ଲୋକଙ୍କ ଅଭିଯୋଗ ପରେ  ନିଜ ବିରୋଧରେ ଆସିଥିବା ଅଭିଯୋଗ ର  ଜବାବ ରଖିଛନ୍ତି ଦାସବର୍ମା। ସେ କହିଛନ୍ତି-“ଚିତ୍ତରଞ୍ଜନ ପଲେଇଙ୍କ ଅକାଳ ବିୟୋଗ ଯୋଗୁ ମୁଁ ଅତ୍ୟନ୍ତ ମର୍ମାହତ। ତାଙ୍କ ପରିବାର ଓ ଜ୍ଞାତିକୁଟୁମ୍ୱଙ୍କୁ ସମବେଦନା ଜଣାଉଛି। ଏ ଦୁଃଖକୁ ସହିବା ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ। ଏହି ଘଟଣାର ଅଭିଯୋଗ ଓ ପ୍ରତ୍ୟାଭିଯୋଗ ହେଉଛି। ମୁଁ ଆଶା କରୁଛି, ସମସ୍ତ କଥା ତଦନ୍ତ ପରେ ସ୍ପଷ୍ଟ ହେବ” । ୨୦୧୨ ମସିହାରେ ଆୟୁଷ ଡାକ୍ତର ମାଧବୀଲତାଙ୍କ ମୃତ୍ୟୁ  ବେଳେ ବି ସଂଜୟ ଦାସବର୍ମା ବିବାଦରେ ଥିଲେ ।

ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ ସମ୍ପୃକ୍ତି ଅଭିଯୋଗ କରି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଇସ୍ତଫା ଦାବି କରିଛି ରାଜ୍ୟ ବିଜେପି ।  ଏପଟେ ସଂଜୟ ଦାସବର୍ମାଙ୍କ ସହଯୋଗୀଙ୍କ ମୃତ୍ୟୁକୁ ନେଇ ତେଜୁଛି ରାଜ୍ୟ ରାଜନୀତି । ଗତକାଲି  ପରିବାର ସଦସ୍ୟଙ୍କ ସହ ମିଶି ପୁରୀ ଏସପିଙ୍କୁ ଭେଟି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । ଚିତ୍ତରଞ୍ଜନଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ।ସଠିକ ତଦନ୍ତ ସହ ପରିବାରକୁ ନ୍ୟାୟ ମିଲିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

BJDBJPmurderSanjay DasburmaSpecial Investigation Team