ସର୍ବାଧିକ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଭାରତରେ ତୃତୀୟ ଓଡ଼ିଶା

ସର୍ବାଧିକ ଜଙ୍ଗଲ କ୍ଷେତ୍ର ବୃଦ୍ଧିରେ ଭାରତରେ ତୃତୀୟ ଓଡ଼ିଶା

Date:

Insight Bureau: ଆଜି ଲୋକ ସେବା ଭବନରେ ରାଜ୍ୟ ବନଖଣ୍ଡ ଅଧିକାରୀମାନଙ୍କ ସମ୍ମିଳନୀ ଉତଘାଟିତ ହୋଇଛି । ଆଉ ଏହାକୁ ଉତଘାଟନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆମ ଜଙ୍ଗଲର ଉନ୍ନତି କରିବା ଏବଂ ଜଙ୍ଗଲ ସୀମାନ୍ତରେ ରହୁଥିବା ଗ୍ରାମବାସୀଙ୍କ ଜୀବନଧାରଣର ମାନ ବଢ଼ାଇବା ଦିଗରେ ନିର୍ଦ୍ଧାରିତ ଯୋଜନା ପ୍ରସ୍ତୁତ କରିବାକୁ ବନ ଅଧିକାରୀମାନଙ୍କୁ କହିଛନ୍ତି ।

- Advertisement -

କରୋନା କାଳରେ ମଧ୍ୟ ବନ କର୍ମଚାରୀମାନେ ନିଜ କାର୍ଯ୍ୟ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଇଣ୍ଡିଆ ଷ୍ଟେଟ ଅଫ୍ ଫରେଷ୍ଟ ରିପୋର୍ଟ- ୨୦୨୧ ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର  ଜଙ୍ଗଲଗୁଡ଼ିକ ଅଧିକ ଉନ୍ନତ ହୋଇଛି । ଏଥିପାଇଁ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କ କାମକୁ ମଧ୍ୟ ପ୍ରଶଂସା କରିଛନ୍ତି । ଉଦଘାଟିତ ହୋଇଥିବା ଏହି ରାଜ୍ୟସ୍ତରୀୟ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ଏବେ ସୁଦ୍ଧା ୩୩.୫୦ ପ୍ରତିଶତ ଜଙ୍ଗଲ ବୃଦ୍ଧି ସହ ଜାତୀୟ ସ୍ତରରେ ତୃତୀୟ ହୋଇଛି ଓଡ଼ିଶା । ୧ ଲକ୍ଷ ୧୦ ହଜାର ହେକ୍ଟର ବନୀକରଣ ହୋଇଛି । ରାଜ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

ରାଜ୍ୟର ଜଙ୍ଗଲ ସମ୍ପଦ ବିଶ୍ବରେ ଓଡ଼ିଶା ରାଜ୍ୟକୁ ଏକ ପ୍ରକାର ନୂଆ ପରିଚୟ ଦେଇଛି । ରାଜ୍ୟରେ ଜଙ୍ଗଲ ଯୋଜନାରେ ୨୦ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ହେଉଛି ପ୍ରମୁଖ ଉପାଦାନ । ସେଥିଲାଗି ଜଙ୍ଗଲ ବିଭାଗକୁ ବିହନ ବୁଣିବାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡିବାକୁ ମୁଖ୍ୟମନ୍ତ୍ରୀ ବନ ବିଭାଗ ଅଧିକାରୀମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ଏ ନେଇ 5T ଇନିସିଏଟିଭ୍ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ବହନ କରିବାକୁ ସେ ଅନୁରୋଧ କରିଛନ୍ତି ।

ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଙ୍ଗଲରେ ନିଆଁ ଲାଗିବା ଘଟଣା ପାଖାପାଖି ୫୦ ପ୍ରତିଶତ କମିଛି । ଏହା ଲୋକଙ୍କ ସଚେତନତା ଯୋଗୁଁ ସଫଳ ହୋଇପାରିଛି । ଏଥିପାଇଁ ଲୋକଙ୍କୁ ସଚେତନ କରୁଥିବା ବନ କର୍ମଚାରୀଙ୍କୁ ପ୍ରଶଂସା କରାଯାଇଛି । ରାଜ୍ୟରେ ୨୪ ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟତ କରନ୍ତି । ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି ରାଜ୍ୟରେ । ମୋବାଇଲ ମେସେଜରେ ହାତୀ ଚଳାଚଳ ନେଇ ସୂଚନା ମିଳୁଛି । ଅନ୍ୟପକ୍ଷରେ ପରିବେଶ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତିକରଣ ୨୦୧୬-୧୭ରୁ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଉନ୍ନତି କରାଯାଇଛି । ସୂଚନାନୁଯାୟୀ, ୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ୟଟକ ଆସିଛନ୍ତି । ୫ ବର୍ଷରେ ପର୍ଯ୍ୟଟକଙ୍କ ସଂଖ୍ୟା ବି ରାଜ୍ୟରେ ବୃଦ୍ଧି ପାଇଛି ।

 

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.