ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ପାଇଲଟଙ୍କ ମୃତ୍ୟୁ

ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

Insight Bureau: ଛତିଶଗଡ଼ର ରାୟପୁର ବିମାନ ବନ୍ଦରରେ ଗୁରୁବାର ରାତିରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

ସେମାନେ ହେଲେ କ୍ୟାପ୍ଟେନ ଗୋପାଳକୃଷ୍ଣ ପଣ୍ଡା ଏବଂ କ୍ୟାପ୍ଟେନ ଏ ପି ଶ୍ରୀବାସ୍ତବ। ଗତକାଲି ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ସେ  ।

ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୂଚନା ଅନୁସାରେ ଅବତରଣ ସମୟରେ ହେଲିକପ୍ଟରଟି ନିୟନ୍ତ୍ରଣ ହରାଇ ଭୂମିରେ ପିଟି ହୋଇଯାଇଥିଲା ।

Support Independent Journalism? Keep us live.

ହେଲିକପ୍ଟର ଅବତରଣ କରିବାବେଳେ ଲାଗିଥିଲା ନିଆଁ ଏବଂ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଦୁଇ ପାଇଲଟଙ୍କୁ ସ୍ଥାନୀୟ ରାମକ୍ରିଷ୍ଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଦୁର୍ଘଟଣାରେ ମୃତ୍ଯୁ ହୋଇଥିବା କ୍ୟାପ୍ଟେନ ପଣ୍ଡା ଓଡ଼ିଶାର ବାସିନ୍ଦା ଏବଂ କିଛି ବର୍ଷ ହେଲା ସେ ଛତିଶଗଡ଼ ସରକାରରେ ବରିଷ୍ଠ ପାଇଲଟ୍ ଭାବେ କାମ କରୁଥିଲେ। ସେହିପରି ଅନ୍ୟ ଜଣେ କ୍ୟାପ୍ଟେନ ଶ୍ରୀବାସ୍ତବ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡ଼ିଛି ।

ମୃତକଙ୍କ ମଧ୍ୟରୁ ଓଡିଆ ପାଇଲଟ ଜଣଙ୍କ ଘର ସମ୍ବଲପୁରରେ ।  ସେ ହେଉଛନ୍ତି  ସମ୍ବଲପୁର ସହରର ହୀରାକୁଦ କଲୋନୀର କ୍ୟାପଟେନ୍ ଗୋପାଳକୃଷ୍ଣ ପଣ୍ଡା । ଜଣେ ଦକ୍ଷ ପାଇଲଟ ଥିଲେ ଗୋପାଳକୃଷ୍ଣ । ୨୦ ବର୍ଷ ଏୟାରଫୋର୍ସରେ ରହିବା ପରେ ଭିଆରଏସ ନେଇ ୨୦୧୦ରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପାଇଲଟ ଭାବେ କାର୍ଯ୍ୟରତ ଥିଲେ ।

ପତ୍ନୀ ଓ ପୁଅ ଝିଅଙ୍କୁ ନେଇ ୨୦୧୦ରୁ ରାୟପୁରରେ ରହିଆସୁଥିଲେ । ନିକଟରେ ଗୋପାଳକୃଷ୍ଣଙ୍କ ୨୫ତମ ବିବାହ ବାଷିକୀ ପାଳନ କରାଯାଇଥିଲା । ଭାଇ ଓ ମା’ ସମ୍ବଲପୁର ଟାଉନରେ ରହୁଥିବା ସୂଚନା ରହିଛି । ଖବର ପାଇବା ପରେ ସାନ ଭାଇ, ଭାଉଜ, ଭିଣୋଇ ଓ ଜ୍ବାଇଁ ରାୟପୁର ଯାଇଛନ୍ତି ।

Comments are closed.