ଗଣତନ୍ତ୍ରରେ ଗୁଣ୍ଡାଗିରି ପାଇଁ କୌଣସି ସ୍ଥାନ ନାହିଁ

ଗଣତନ୍ତ୍ରରେ ଗୁଣ୍ଡାଗିରି ପାଇଁ କୌଣସି ସ୍ଥାନ ନାହିଁ

Date:

ଇନସାଇଟ ବ୍ୟୁରୋ: ଗୁରୁବାର ଭଳି ଶୁକ୍ରବାର ମଧ୍ୟ ଭୁବନେଶ୍ୱରର  ଲୋୟର ପିଏମଜିରେ ଦେଖିବାକୁ ମିଳିଥିଲା ଅପ୍ରୀତିକର ପରିସ୍ଥିତି । ବିଧାନସଭାକୁ ଧସେଇ ପଶିବା ବେଳେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀ କର୍ମୀ ମୁହାଁମୁହିଁ ହୋଇଥିଲେ । ମମିତା ମେହେର ହତ୍ୟା ଘଟଣାରେ ପ୍ରାୟ ଦୁଇ ଘଣ୍ଟା ଧରି ଲୋୟର ପିଏମଜିରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିବା ନଜିର ରହିଥିଲା । କଂଗ୍ରେସ କର୍ମୀ ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଯିବା ପାଇଁ ଉଦ୍ୟମ କରିବା ସହିତ ପ୍ରତିବାଦ ବେଳେ ଟମାଟୋ ମାଡ, ଅଣ୍ଡା ମାଡ, ପଥର ମାଡ ମଧ୍ୟ କରିଥିବା ପଛାଇ ନଥିଲେ । କଡା ସୁରକ୍ଷା ବ୍ୟବସ୍ଥା ଆପଣାଯାଇଥିବା ବେଳେ କଂଗ୍ରେସ କର୍ମୀ ବିଧାନସଭା ଗେଟ୍ ଯାଏଁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ ସେଠାରେ ସୃଷ୍ଟି ହୋଇଥିଲା ଉତ୍ତେଜନା ।

- Advertisement -

କଂଗ୍ରେସ କର୍ମୀଙ୍କ ପ୍ରତିବାଦ ସଭା ସ୍ଥଳି  ଲାଗୁଥାଏ ଯେପରି ଯୁଦ୍ଧକ୍ଷେତ୍ର । ଏଇ ହାଇଡ୍ରାମା କେବଳ ଲୋୟର ପିଏମଜିରେ ସୀମିତ ହୋଇ ରହି ନଥିଲା । ଲାଠିମାଡ ଭୟରେ କଂଗ୍ରେସ କର୍ମୀ କଂଗ୍ରେସ ଭବନ ଭିତରକୁ ପଶିଯାଇଥିଲେ । ପଥର ମାଡ଼, ଅଣ୍ଡା ମାଡ଼ ଏବଂ ଗାଡି ରେ ନିଆଁ ଲଗାଇଥିବା ଭଳି କାରନାମା  କରିଥିବା କର୍ମୀଙ୍କୁ ଖୋଜି ଖୋଜି ପୁଲିସ ପହଞ୍ଚିଥିଲା କଂଗ୍ରେସ ଭବନ ରେ ।  ପୁଲିସ କଂଗ୍ରେସ ଭବନରେ ପଶିଲା ପରେ କଂଗ୍ରେସ କର୍ମୀଙ୍କୁ ମାଡ ମାରିଥିଲେ । ଲାଠିମାଡରେ କିଛି କର୍ମୀ ଗୁରୁତର ଆହତ ହୋଇଛନ୍ତି । କିଛି ସମୟ ପାଇଁ ଲୋୟର ପିଏମଜି ସହ କଂଗ୍ରେସ ଭବନ ବି ରଣକ୍ଷେତ୍ର ପାଲଟି ଯାଇଥିଲା ।

ପୁଲିସ୍ ଗାଡ଼ିରେ ପଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ଅନେକ ଲୋକ ସେଠାରେ ସେ ସମୟରେ ମହଜୁଦ ଥିଲେ । ହୁଏତ ଗାଡିଟିରେ ନିଆଁ ସମ୍ପୂର୍ଣ ଲାଗିଯାଇଥିଲେ ଅନେକ ଲୋକ ଗୁରୁତର ହବାର ମଧ୍ୟ ଭୟ ରହିଥିଲା । ସେଥି ପାଇଁ କିଏ ଦାୟୀ ହୋଇଥାନ୍ତା ବୋଲି ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  କିନ୍ତୁ କର୍ମୀଙ୍କ ଏଭଳି ହିଂସାକୁ  ପୁଲିସ୍ ବିରୋଧ କରି ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇଦେବାକୁ ସମର୍ଥ ହୋଇଥିଲା ।

ଯେଉଁ ହିଂସାତ୍ମକ ଆଚରଣ ପାଇଁ ଦୀର୍ଘ ୨୨ ବର୍ଷ ହେଲା ଓଡ଼ିଶାବାସୀ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସୁଛନ୍ତି ,କଂଗ୍ରେସ ତାହା ଛାଡ଼ିପାରୁ ନାହିଁ ବୋଲି ସେମାନଙ୍କ କାର୍ଯ୍ୟକଳାପରୁ ପ୍ରମାଣିତ ହୋଇଯାଇଛି । ଆଜି  ରାଜ୍ୟ କଂଗ୍ରେସର  ଅବସ୍ଥା ଶୋଚନୀୟ । ରାଜ୍ୟରେ କଂଗ୍ରେସ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏପରିକି କଂଗ୍ରେସ ଭବନ ଭିତରେ ମଧ୍ୟ କଂଗ୍ରେସ କର୍ମୀ ଓ ନେତାମାନେ ପରସ୍ପର ମଧ୍ୟରେ ବାଡ଼ିଆପିଟା ହେଉଥିବା ଦୃଶ୍ୟ ଅନେକ ଥର ସାମନାକୁ ଆସିଛି । ଦଳ ଦୟନୀୟ ଅବସ୍ଥାରେ ଥିଲେ ନେତୃତ୍ୱ ନେବା ନେଇ ଟଣାଓଟରା ଲାଗି ରହିଛି । ଏଭଳି ପରିସ୍ଥିତି ବାରମ୍ବାର ହେଲେ ହୁଏତ କଂଗ୍ରେସ ନିଜ ସତ୍ତା ସମ୍ପୂର୍ଣ୍ଣ ହରାଇବ ରାଜ୍ୟରେ  ।

କଂଗ୍ରେସ ଦଳ ରାଜ୍ୟବାସୀଙ୍କ ଜନମାନସରୁ  ଦିନକୁ ଦିନ ହଜି ହଜି ଯାଉଥିବା ବେଳେ କେବଳ ସ୍ଥିତି ରକ୍ଷା ଲାଗି ମୁଷ୍ଟିମେୟ କଂଗ୍ରେସ କର୍ମୀମାନେ ଆନ୍ଦୋଳନ ନାଁରେ ରାଜରାସ୍ତାରେ ହିଂସା ପ୍ରଦର୍ଶନ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଏଭଳି ଉଦ୍ୟମ କରୁଛନ୍ତି   ।  ହିଂସା ଓ ବିଶୃଙ୍ଖଳିତ ଆଚରଣ ଲାଗି ବଦନାମ କଂଗ୍ରେସ ଏଭଳି ହିଂସା ଓ ଗୁଣ୍ଡାଗର୍ଦ୍ଦିରୁ ବିରତ ନ ରହିଲେ ଓଡ଼ିଶାବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲିଥିବେ  । ଜାତୀୟ ଦଳଗୁଡ଼ିକର ଏଭଳି ଗୁଣ୍ଡାଗିରି ଗ୍ରହଣୀୟ ନୁହେଁ । ସର୍ବସାଧାରଣଙ୍କ  ସମ୍ପତ୍ତି ନଷ୍ଟ କରିବା ଏବଂ ପୋଲିସ ଉପରେ ଆକ୍ରମଣ ଶୋଭାପାଉନି ।

ଏହି ଅନୁରୂପ ଘଟଣାରେ ଉଭୟ ପକ୍ଷର ଅନେକ କର୍ମୀ ଆହତ ହୋଇଛନ୍ତି । କଂଗ୍ରେସର ଏପରି ଉତ୍ତେଜକ ପ୍ରତିବାଦରେ ପୁଲିସ କଂଗ୍ରେସ ଭବନକୁ ବି ପଶି ନିର୍ଘାତ୍ ମାଡ଼ ମାରିବା ଘଟଣା ମଧ୍ୟ ନିନ୍ଦନୀୟ । ପୁଲିସ ଉପରେ ଆକ୍ରମଣ କରିଥିବା କିଛି ଅପରାଧୀ କଂଗ୍ରେସ କର୍ମୀଙ୍କୁ ଖୋଜି ଖୋଜି ପୁଲିସ କଂଗ୍ରେସ ଭବନରେ ପଶିବା ପରେ ଏପରି ମାଡ଼ ମାରି ସେମାନଙ୍କୁ ଆହତ କରିବା କେତେଦୂର ଯଥାର୍ଥ ତାହା ମଧ୍ୟ ତଦନ୍ତ ପରିସରକୁ ଆସିବା ଦରକାର । ଏକ ଜାତୀୟ ଦଳର କାର୍ଯ୍ୟାଳୟରେ ପ୍ରବେଶ କରି ଲାଠି ଚାର୍ଜ କରିବା କଦାପି ସଠିକ କୁହାଯାଇନପାରେ | ଏହାର ବହୁ ଦୂରଗାମୀ ପରିଣତି ସୃଷ୍ଟି ହୋଇପାରେ |

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...