ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥ; ଶୋଭା ବଢାଇବ ଓ୍ବାଟର ଫାଉଣ୍ଟେନ୍

ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ ପ୍ରବେଶ ପଥ; ଶୋଭା ବଢାଇବ ଓ୍ବାଟର ଫାଉଣ୍ଟେନ୍

Date:

 Insight Bureau: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ଏଥିପାଇଁ ପ୍ରସ୍ତୁତ ହୋଇ ସାରିଛି ନକ୍ସା ।  ପ୍ରଶସ୍ତ ରାସ୍ତା ସାଙ୍ଗକୁ ନୂଆ ପ୍ରବେଶ ପଥ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ । ବାଣୀବିହାର ଓଭରବ୍ରିଜଠାରୁ ୮ ଶହ ମିଟରରେ ନୂଆ ରାସ୍ତା ନିର୍ମାଣ ହେବ । ଏହାର ଡିଜାଇନ୍ କରିଛନ୍ତି ଓଡ଼ିଆ ଆର୍କିଟେକ ରୂଚିପୂର୍ଣ୍ଣ ଜେନା । ମୁଖ୍ୟ ଫାଟକ ସମେତ ସୁରକ୍ଷାକର୍ମୀଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର ଲେଖାଏଁ ପକ୍କା ରାସ୍ତା, ରାସ୍ତାର ଦୁଇ କଡ଼ରେ ୬ ଫୁଟ ଲେଖାଏଁ ଫୁଟପାଥ ନିର୍ମାଣ ହେବ । ବିଶ୍ବବିଦ୍ୟାଳୟ ପାଖ ଗଙ୍ଗୁଆ ନାଳ ଉପରେ ବ୍ରିଜ୍ ନିର୍ମାଣ ହେବ । ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯିବା ସହ ନୂଆ ମୁଖ୍ୟ ଫାଟକରେ କେବଳ ପ୍ରବେଶ ପଥ ରହିବ । ଏବେ ଥିବା ମୁଖ୍ୟ ଫାଟକ ହେବ ପ୍ରସ୍ଥାନ ପଥ ।

- Advertisement -

new-entrance-gate-of-utkal-university-soon

ବାଣୀବିହାର ଛକରୁ ଗଙ୍ଗୁଆ ନାଳ ଦେଇ ନୂଆ ରୋଡରେ ନିର୍ମାଣ କରାଯିବ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରବେଶ ଫାଟକ । ଆଖିଦୃଶିଆ ଗେଟ୍ ସାଙ୍ଗକୁ ପ୍ରଶସ୍ତ ରାସ୍ତା ଏବଂ ଦୁଇ ପାର୍ଶ୍ବ ହେବ ସୌନ୍ଦର୍ଯ୍ୟକରଣ । ନୂଆ ଗେଟ୍ ଓ ସୌନ୍ଦର୍ଯ୍ୟକରଣ ଫଳରେ ଏନଆଇଟି ଓ ଆଇଆଇଟି ଭଳି ଉତ୍କଳ ବିଶ୍ବବିଦ୍ୟାଳୟ ବି ଚମକିବ । ଯାହାକୁ ନେଇ ଏବେ  ବେଶ  ଖୁସିରେ ଅଛନ୍ତି ଛାତ୍ରଛାତ୍ରୀ ।

new-entrance-gate-of-utkal-university-soonଉତ୍କଳ ବିଶ୍ବବିଦ୍ୟାଳୟକୁ ଆକର୍ଷଣୀୟ କରିବା ସହ କ୍ୟାମ୍ପସରେ ଏକ ଶୃଙ୍ଖଳିତ ଶିକ୍ଷାର ବାତାବରଣ ସୃଷ୍ଟି ପାଇଁ ବାଣୀବିହାର ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଖୁବଶୀଘ୍ର ଆରମ୍ଭ ହେବ । ଏଥିପାଇଁ ୨୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସମ୍ପୂର୍ଣ୍ଣ ରାସ୍ତାରେ ସୋଲାର ସିଷ୍ଟମ ଲଗାଯିବ । ରାଜ୍ୟ ପୋଲିସ ହାଉସିଂ ବିଭାଗ କରିବ ଏହି କାମ । ମୁଖଶାଳା ବଦଳିବା ପରେ ବଦଳିଯିବ କ୍ୟାମ୍ପସର ଭୂଗୋଳ । ୪ ଶହ ଏକର ଜମିରେ ଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଓଡ଼ିଶାର ସର୍ବ ପୁରାତନ ବିଶ୍ବବିଦ୍ୟାଳୟ ହୋଇଥିବା ବେଳେ ଏହାର ନୂଆ ମୁଖଶାଳା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ହେବ। ଡିଡିସିଇ ପାଖରେ ନୂତନ ପ୍ରବେଶ ପଥ ନିର୍ମାଣ ହେବ। ତାହା ବାଣୀବିହାର ଛକରୁ ସିଧା ପ୍ରଶାସନିକ ବିଲ୍ଡିଂକୁ ସଂଯୋଗ କରିବ। ନୂତନ ଗେଟ୍‌କୁ ପ୍ରବେଶ ଏବଂ ପୁରୁଣା ଗେଟ୍‌କୁ ପ୍ରସ୍ଥାନ ପଥ ଭାବେ ବ୍ୟବହାର କରାଯିବ। ଏନେଇ ବାରମ୍ବାର ବୈଠକ କରାଯାଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ କରିବାକୁ ଚେଷ୍ଟା କରାଯାଉଛି।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...