ଚିନ୍ତା ବଢାଇଛି ଆଉ ଏକ କୋଭିଡ ଭୁତାଣୁ ‘ନିଓକୋଭ’

ଚିନ୍ତା ବଢାଇଛି ଆଉ ଏକ କୋଭିଡ ଭୁତାଣୁ ‘ନିଓକୋଭ’

Date:

ଇନସାଇଟ ବ୍ୟୁରୋ: ଦୀର୍ଘ  ସମୟ ହେବ କୋଭିଡ ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କୋଭିଡର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟର ବୈଜ୍ଞାନିକ ମାନେ ଖୁଲାସା କରିଛନ୍ତି । କୋଭିଡରେ ଲକ୍ଷାଧିକ ଲୋକ ସଂକ୍ରମିତ ହେବା ସହ ମୃତ୍ୟୁବରଣ କରିବା ଫଳରେ ଅନେକ ପରିବାର ମଧ୍ୟ ଉଜୁଡ଼ି ଯାଇଛି । ଜନସାଧାରଣଙ୍କ ବ୍ୟାକୁଳତା, ପ୍ରଶାସନର ସମସ୍ତ ପ୍ରୟାସ ଯେମିତି କରୋନା ଆଗରେ ହାର୍ ମାନିଥିଲା । ତେବେ ସରକାରଙ୍କ ପକ୍ଷରୁ ଅନେକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ ପରେ ମଧ୍ୟ ଆଜି ବି ଅନେକ ଲୋକ କରୋନାକୁ ନେଇ ଅନ୍ଧାରରେ ରହିଛନ୍ତି ।

- Advertisement -

କରୋନାକୁ ନେଇ ଅନେକ ଗୁଜବ, ଭ୍ରମାତ୍ମକ ଉକ୍ତି କିଛି ଲୋକଙ୍କ ମଧ୍ୟରେ ବସା ବାନ୍ଧିଛି, ଯାହାର ପ୍ରଭାବରେ ସେମାନେ ବେଶି ସମସ୍ୟାର ସମ୍ମୁଖୀନ ହେଉଥିବାର ଦେଖାଯାଉଛି । କରୋନା କବଳରେ ସମଗ୍ର ମାନବ ସମାଜ ରହିଥିବା ବେଳେ ଏହି ଭାଇରସର ଉତ୍ପତ୍ତି, ନିରାକରଣ ଓ ଏନେଇ ବିଜ୍ଞାନର ମତ କ’ଣ ଆଦି ସାମନାକୁ ଆସିଥିଲା । କରୋନା ବିରୋଧରେ ଏବେ ମଧ୍ୟ ଲଢେଇ ଜାରି ରହିଛି ସାରା ବିଶ୍ୱରେ । କରୋନା ସଂକ୍ରମଣ ର ପ୍ରଥମ ଦିନରୁ ଡବ୍ଲ୍ୟୁଏଚଓ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା ।  ଏହି ମହାମାରୀ ମାନବ ସମାଜର ବହୁ କ୍ଷତି କରିବା ନେଇ ।

ଅନ୍ୟପଟେ ବିଶ୍ୱବ୍ୟାପି ଓମିକ୍ରନ ଘାତକ ସାଜିଥିବାବେଳେ ଆଉ ଏକ କୋଭିଡ ଭୁତାଣୁ ସୃଷ୍ଟି ହେଲାଣି  । ଏହା ଅଧିକ ସଂକ୍ରମିତ ଓ ଘାତକ ହେବା ସହିତ ବିଶ୍ୱରେ ସାଙ୍ଘାତିକ ସ୍ଥିତି ଉପୁଜିପାରେ  । ଚୀନ ବୈଜ୍ଞାନିକ ମାନେ ଏଭଳି ମତ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହା ଚିହ୍ନଟ ହୋଇଥିବା ଏହାର ନାମ ‘ନିଓକୋଭ’ । ଏଥିରେ ସଂକ୍ରମିତ ୩ ରୋଗୀଙ୍କ ମଧ୍ୟରେ ଜଣଙ୍କର ମୃତ୍ୟୁ ସୁନିଶ୍ଚିତ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି । ଦକ୍ଷିଣ ଆଫ୍ରିକାରେ ଏହି ନୂଆ ଷ୍ଟ୍ରେନ୍ ମିଳିଛି। ତେବେ ‘ନିଓକୋଭ’ ଏପର୍ଯ୍ୟନ୍ତ ମଣିଷଙ୍କ ମଧ୍ୟରେ ବ୍ୟାପି ନାହିଁ।

ଉହାନ ୟୁନିଭରସିଟି ଏବଂ ଚାଇନା ଏକାଡେମୀ ଅଫ୍ ସାଇନ୍ସର ଗବେଷକଙ୍କ ଅନୁଯାୟୀ, ଏହି ନୂଆ କୋଭିଡ ଭୂତାଣୁ ମାନବ କୋଷକୁ ସଂକ୍ରମିତ କରିବା ପାଇଁ କେବଳ ଗୋଟିଏ ମ୍ୟୁଟେସନ ଯଥେଷ୍ଟ । ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଗୁରୁତ୍ୱର ସହ ନେଇଛି। ଏହା ମାନବଜାତି ପ୍ରତି କ’ଣ ବିପଦ ସୃଷ୍ଟି କରିପାରିବ, ସେକଥା ଅଧିକ ଗବେଷଣା ପରେ ଜଣାପଡ଼ିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତଥାପି ସମ୍ଭାବ୍ୟ ପ୍ରତିକୂଳ ସ୍ଥିତିକୁ ଏଡ଼ାଇବା ପାଇଁ ଗବେଷଣା ହେବା ଜରୁରି ।

ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୩.୩୯ ପ୍ରତିଶତ ରହିଥିବେଳେ ଆକ୍ଟିଭ୍ କେସ୍ ୨୦ ଲକ୍ଷ ୦୪ ହଜାର ୩୩୩ ରହିଛି । ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୮୪୨ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ  ରାଜ୍ୟରେ ଓମିକ୍ରନ ସହ ଡେଲ୍‌ଟା ଭରିଆଣ୍ଟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡିଛି ଯେ  ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ରହିଛି ।

ସରକାର ସଂକ୍ରମିତଙ୍କ ସଂଖ୍ୟାକୁ ନଜର ରେ ରଖି ଦୋକାନ ବଜାର ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି । କୋଭିଡ ଯୋଗୁଁ ସମ୍ଭାବ୍ୟ ବିପଦକୁ ସମ୍ପୂର୍ଣ୍ଣ ଏଡାଇ ଦିଆଯାଇ ନ ପରେ । ତେଣୁ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ମାନିବା ଉଚିତ । ଟୀକା ସହିତ , ମାସ୍କ ବ୍ୟବହାର ଜରୁରୀ । ସାବଧାନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ !

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...