ରାଜନୀତିର ଆକର୍ଷଣରେ ବାନ୍ଧିହୋଇ ନିର୍ବାଚନକୁ ଓହ୍ଲାଇଲେ ବଲାଙ୍ଗିର ସୁନ୍ଦରୀ

ରାଜନୀତିର ଆକର୍ଷଣରେ ବାନ୍ଧିହୋଇ ନିର୍ବାଚନକୁ ଓହ୍ଲାଇଲେ ବଲାଙ୍ଗିର ସୁନ୍ଦରୀ

Date:

ଇନସାଇଟ ବ୍ୟୁରୋ: ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡ଼ିଶାରେ ନିର୍ବାଚନୀ ମାହୋଲ । କିଏ ଚାକିରି ଛାଡ଼ି ରାଜନୀତିରେ ତ ଆଉ କେଉଁଠି ପାଠୁଆ ପିଲା ବିଭିନ୍ନ ପଦବୀ ପାଇଁ ନିବାର୍ଚନ ଲଢୁଛନ୍ତି। ବଲାଙ୍ଗିର ଜିଲ୍ଲା ସଦର ବ୍ଳକ୍‌ ଚୁଡାପାଲି ପଞ୍ଚାୟତରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ନିର୍ବାଚନ ଲଢୁଛନ୍ତି ମଡେଲ ।  ଗାଁ ରାଜନୀତିରେ ଜଣେ ଗ୍ଲାମର ଗାର୍ଲ । ମଡେଲିଂ ଦୁନିଆରେ ଭଲ କ୍ୟାରିୟର କରିଥିବା ବଲାଙ୍ଗିରର ପ୍ରିୟଙ୍କା ନନ୍ଦ ଏବେ ରାଜନୀତିରେ ପାଦ ଦେଇଛନ୍ତି । ଜଣେ ପ୍ରଫେସନାଲ ମଡେଲ୍ ଗାଁ ରାଜନୀତିକୁ ଓହ୍ଲାଇବା ନେଇ ଏବେ ବେଶ ଚର୍ଚ୍ଚା ହେଉଛି । ଚୂଡାପାଲି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା ରାଜ୍ୟ ବାହାରେ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି। ସେ ପେସାଦାର ମଡେଲ ଭାବେ କାମ କରୁଛନ୍ତି। କିନ୍ତୁ ଏଥର ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ଭଉଣୀ ଶ୍ୱେତା ନନ୍ଦ ସାଜିଛନ୍ତି ପ୍ରଚାରକ ।

- Advertisement -

ଭୋପାଳରେ ପାଠ ପଢିବା ସହ ମଡେଲିଂ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ବଲାଙ୍ଗିରର ଏହି ଝିଅ । ଫ୍ଲିପକାର୍ଟ, ଆମାଜନ୍, ନାୟିକା, ମାନ୍ୟବର ଭଳି ନାମୀଦାମୀ କମ୍ପାନୀରେ ମଡେଲିଂ କରିସାରିଛନ୍ତି ସେ । ହେଲେ ଗାଁର ବିଭିନ୍ନ ସମସ୍ୟା ତାଙ୍କୁ ଗ୍ଲାମର ଦୁନିଆ ଓ ମେଟ୍ରୋ ସିଟିରୁ ଗାଁ ମୁହାଁ କରିଛି । ଉଚ୍ଚ ଶିକ୍ଷା ପରେ ୨୦୧୫ ମସିହାରେ ସେ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି ବର୍ଷ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସ ଫଟୋଜୋନିକ ହୋଇଥିଲେ। ସେ ଅନେକ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି । ୨୦୨୦ ମସିହାରେ ପ୍ରିୟଙ୍କା ଇଣ୍ଡିଆନ ଷ୍ଟାଇଲ ଆଇକନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ। ଏବେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ସହିତ ସେ କାମ କରୁଛନ୍ତି। ଜଣାଶୁଣା ମଡେଲିଂ ଏଜେନ୍ସି ସିଏଫଆଇ ସହିତ ଜଡିତ ପ୍ରିୟଙ୍କା ନିଜ ଗାଁର ବିକାଶ ପାଇଁ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ଏ ନେଇ ପ୍ରିୟଙ୍କା କହିଛନ୍ତି, ପାଖାପାଖି ୬-୭ ବର୍ଷ ସେ ବାହାରେ ରହି ପାଠ ପଢିଛନ୍ତି । ବାହାରେ ଯେଉଁ ସବୁ ସୁବିଧା ଅଛି, ତାହା ତାଙ୍କ ଗାଁରେ ନାହିଁ। ତେଣୁ ନିଜ ଗାଁରେ ସବୁ ସୁବିଧା କିପରି ପହଞ୍ଚାଇ ପାରିବେ , ସେଥି ପାଇଁ ସବୁ କାମ ଛାଡ଼ି ସେ ଏଠାକୁ ଆସିଛନ୍ତି । ତାଙ୍କ କହିବ ଅନୁଯାୟୀ ଯଦି ସେ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୁଅନ୍ତି, ତାହେଲେ ଗାଁର ନକସା ସମ୍ପୂର୍ଣ୍ଣ ବଦଳାଇ ଦେବି ।

ଏନେଇ ପ୍ରିୟଙ୍କା ଆହୁରି ମଧ୍ୟ କହିଛନ୍ତି, ମୁଁ ଜଣେ ମଡେଲ, ଗାଁକୁ ବୁଲିବାକୁ ଆସିଥିଲି । ନିର୍ବାଚନ ଲଢିବା ପାଇଁ ଭାବିନଥିଲି । ଘରେ ଏବଂ ଅନ୍ୟମାନେ ମତେ ସରପଞ୍ଚ ପ୍ରାର୍ଥୀ ହେବାକୁ କହିଥିଲେ । ସମସ୍ତଙ୍କ ସମର୍ଥନ ପାଇଁ ମୁଁ ନିର୍ବାଚନ ଲଢୁଛି । ପୂର୍ବରୁ ଯେତେବେଳେ ଗାଁକୁ ଆସେ ସେତେବେଳେ ଗାଁର ଅନେକ ସମସ୍ୟା ଦେଖିଛି । ଗାଁରେ ପାଣି ସମସ୍ୟା ରହିଛି, ବିଜୁଳି ସମସ୍ୟା ମଧ୍ୟ ରହିଛି । ଏହିସବୁ ମୋ ନଜରେ ଥିଲା, ଆଉ ଏବେ ଯେତେବେଳେ ନିର୍ବାଚନ ଲଢିବାକୁ ସୁଯୋଗ ମିଳିଛି, ଭାବୁଛି ନିର୍ବାଚନ ଜିତିଲେ ଲୋକଙ୍କ ପାଇଁ ଆଗ ପାଣି ଏବଂ ବିଜୁଳି ସମସ୍ୟାକୁ ଦୂର କରିବି ।

ସରପଞ୍ଚ ନିର୍ବାଚନ ପୂର୍ବରୁ ଦୁଇ ଭଉଣୀ ପ୍ରିୟଙ୍କା ଓ ଶ୍ୱେତା ଗାଁ ପାଇଁ କିଛି କରିବାକୁ ଏବେ ନିର୍ବାଚନ ଲଢୁଥିବା କହିଛନ୍ତି। ପ୍ରିୟଙ୍କା ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ଶ୍ୱେତା ତାଙ୍କ ପାଇଁ ଷ୍ଟାର୍‌ ପ୍ରଚାରକ ହୋଇଛନ୍ତି। ସେ ମାଛ ଚିହ୍ନରେ ଛିଡା ହୋଇଛନ୍ତି। ଗାଁ ପାଇଁ କିଛି କରିବାର ଆଶା ନେଇ ଗାଁକୁ ଆସିଥିବା ସେ କହିଛନ୍ତି । ତେବେ ଆଗକୁ ଅପେକ୍ଷା ତାଙ୍କୁ ଲୋକ କେତେଦୂର ପସନ୍ଦ କରୁଛନ୍ତିଏବଂ ସେ ଦେଉଥିବା ପ୍ରତିଶୃତିରେ ସେ ଲୋକଙ୍କ ବିଶ୍ବାସ ଭରସା ଜିତି ପାରୁଛନ୍ତି କି ନହିଁ ।

ରାଜନୀତିର ଆକର୍ଷଣରେ ବାନ୍ଧିହୋଇ ନିର୍ବାଚନକୁ ଓହ୍ଲାଇଲେ ବଲାଙ୍ଗିର ସୁନ୍ଦରୀ

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...