ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି: ଏକ ଯୁଗାନ୍ତକାରୀ ପଦକ୍ଷେପ

ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି: ଏକ ଯୁଗାନ୍ତକାରୀ ପଦକ୍ଷେପ

Date:

ଇନସାଇଟ ବ୍ୟୁରୋ: ଝିଅଟିଏ ବଡ ହୋଇଗଲେ ବାପା ମାଁଙ୍କର ଗୋଟିଏ ଚିନ୍ତା କିପରି ଭଲ ବର ଆଉ ଭଲ ଘର ଟିଏ ଦେଖି ଝିଅଟିକୁ ବିବାହ ଦେବେ । ଯେମିତି ଝିଅଟିଏ ସୁଖ ଶାନ୍ତିରେ ନିଜ ଜୀବନ କରିପାରିବ । କିନ୍ତୁ ଝିଅଟିଏ ସଠିକ କେତେ ବୟସରେ ବିବାହ କରିବ, ସେଥି ପାଇଁ ଅନେକ ସମୟରେ ଅନେକ ବାଧା ଉପୁଜିଛି । ଖାସ କରି ଉଚ୍ଚଶିକ୍ଷିତ ଝିଅ ମାନେ ବିଳମ୍ବରେ ବିବାହ କରିବା ଠିକ ଭାବୁଥିବା ବେଳେ ଗ୍ରାମାଞ୍ଚଳରେ ଯାହା ଘରେ ଅଧିକ ଝିଅ ,ଝିଅର ଟିକେ ବୟସ ହୋଇଗଲେ ତାକୁ ବିବାହ କରାଇ ଦିଅନ୍ତି ।

- Advertisement -

ଡାକ୍ତରମାନଙ୍କ କହିବା ଅନୁସାରେ ଝିଅଟିଏ ଯଦି ଅଳ୍ପ ବୟସରେ ବିବାହ କରୁଛି ଏବଂ ଗର୍ଭଧାରଣ କରୁଛି ତେବେ ଝିଅଟିର ଶରୀର ପାଇଁ ଏହା ବଡ ବିପଦ ହୋଇପାରେ । ଆମ ଦେଶରେ ଝିଅଟିଏ ୧୮ ଏବଂ ପୁଅ ଟିଏ ୨୧ ବର୍ଷରେ ବିବାହ କରିପାରିବେ ବୋଲି ଆଇନ ରହିଛି ଯାହାକୁ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ ଦେଇ ବୟସ ସୀମାକୁ ପରିବର୍ତ୍ତନ କରାଯାଇଛି  ।

ବାହାଘର ପାଇଁ ଝିଅମାନଙ୍କ ବୟସ ୧୮ ବଦଳରେ ୨୧ରେ କରାଯିବା ନେଇ କୁହାଯାଇଛି । ସର୍ବନିମ୍ନ ଭାବରେ ବୟସ ସୀମା ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମତି ଦେଇଛନ୍ତି । ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ କରିବାକୁ ଦୀର୍ଘ ଦିନରୁ ଦାବି ହେଉଥିଲା।  କେନ୍ଦ୍ର କ୍ୟାବିନେଟ ଝିଅଙ୍କ ବିବାହ ବୟସ ୨୧କୁ ବୃଦ୍ଧି କରିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ବର୍ଷକ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏହି ପ୍ରସ୍ତାବ ଉପରେ ସମୀକ୍ଷା କରାଯାଉଥିବା ନେଇ ସୂଚନା ଦେଇଥିଲେ । ଏବେ କେନ୍ଦ୍ର କ୍ୟାବିନେଟ ଝିଅଙ୍କ ବାହାଘର ବୟସ ୨୧କୁ ବୃଦ୍ଧି ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଉଭୟ ପୁଅ ଓ ଝିଅଙ୍କ ପାଇଁ ବିବାହ ବୟସ ୨୧ ବର୍ଷ ହୋଇଯାଇଛି । ତେବେ ସବୁ ଧର୍ମ ଓ ବର୍ଗ ଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ।

ହିନ୍ଦୁ ବିବାହ ଅଧିନିୟମ, ୧୯୫୫ ର ଧାରା ୫ (iii) ଝିଅଙ୍କ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ପୁଅ ପାଇଁ ୨୧ ବର୍ଷ ସ୍ଥିର କରାଯାଇଥିଲା। ସ୍ବତନ୍ତ୍ର ବିବାହ ଆଇନ ୧୯୫୪ ଏବଂ ନିଷେଧାଦେଶ ବାଲ୍ୟ ବିବାହ ଆଇନ, ୨୦୦୬ ମଧ୍ୟ ଯଥାକ୍ରମେ ମହିଳା ଏବଂ ପୁରୁଷଙ୍କ ପାଇଁ ବିବାହର ସର୍ବନିମ୍ନ ବୟସ ଭାବରେ ୧୮ ଏବଂ ୨୧ ବର୍ଷ ଧାର୍ଯ୍ୟ ରହିଛି । ଯାହାକୁ କେନ୍ଦ୍ର କ୍ୟାବିନେଟ ପରିବର୍ତ୍ତନ କରିଛନ୍ତି ।

୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଅବସରରେ ଝିଅଙ୍କ ବିବାହ ବୟସ ସୀମା ବୃଦ୍ଧି କରିବା ନେଇ ଇଙ୍ଗିତ କରିଥିଲେ । ଏହାପରେ ୧୦ ଜଣିଆ ଟାସ୍କ ଫୋର୍ସ ଗଠିତ ହୋଇଥିଲା । ଏହି ଟିମ୍ ସ୍କୁଲ-କଲେଜ, ଆଇନ ବିଶେଷଜ୍ଞ, ନାଗରିକ ସଂଗଠନ ଗୁଡିକର ପରାମର୍ଶ ନେଇଥିଲେ । ଏହାପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲା ଏହି ଟିମ୍ । ବିବାହ ବୟସରେ ପରିବର୍ତନ ପାଇଁ ମୁଖ୍ୟତଃ ୪ଟି ଆଇନରେ ସଂଶୋଧନ ହେବ ।

ଏହା ପୂର୍ବରୁ ୧୯୭୮ ମସିହାରେ ବିବାହ ଆଇନରେ ସଂଶୋଧନ ଅଣାଯାଇଥିଲା । ସେ ସମୟରେ ଝିଅଙ୍କ ବିବାହ ବୟସ ୧୫ ବର୍ଷରୁ ୧୮ ବର୍ଷ ହୋଇଥିଲା । ବାଳିକାମାନଙ୍କ ସର୍ବନିମ୍ନ ବୟସର ଶେଷ ପରିବର୍ତ୍ତନ ୧୯୭୮  ରେ କରାଯାଇଥିଲା ଏବଂ ଏଥିପାଇଁ ଶାରଦା ଆକ୍ଟ ୧୯୨୯ ପରିବର୍ତ୍ତନ କରି ବୟସ ୧୫ ରୁ ୧୮  କୁ ପରିବର୍ତ୍ତନ କରାଯାଇଥିଲା ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...