ଭୁବନେଶ୍ୱରରେ ଉଦଘାଟିତ ହେଲା ଦିବ୍ୟାଙ୍ଗଙ୍କ ପାଇଁ ଦେଶର ପ୍ରଥମ ସ୍ୱତନ୍ତ୍ର ପାର୍କ

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ସେନସୋରି ପାର୍କ ଉଦଘାଟିତ ହୋଇଛି । ଏବେ ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ବି ପାର୍କରେ ଖେଳିବେ, ବୁଲିବେ ।

Insight Bureau: ଏବେ ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ବି ପାର୍କରେ ଖେଳିବେ, ବୁଲିବେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ସେନସୋରି ପାର୍କ ଉଦଘାଟିତ ହୋଇଛି । ଦିବ୍ୟାଙ୍ଗଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ପାର୍କଟି ରାଜଧାନୀର ସାହିଦନଗରରେ ରହିଛି ।

ଏହି ପାର୍କରେ  ମାନସିକ, ଶାରିରୀକ ଭାବେ ଅକ୍ଷମ ପିଲା ସୁବିଧାରେ ଖେଳକୁଦ ସାଙ୍ଗକୁ ମନୋରଞ୍ଜନ ଓ ଥେରାପି ନେଇ ପାରିବେ ।  ୧ ଏକର ଜମିରେ ୧ କୋଟି ଟଙ୍କା ବ୍ୟୟରେ ଆଧୁନିକ ଯନ୍ତ୍ରପାତି ରହିଛି ଏହି ପାର୍କରେ ମଧ୍ୟରେ । ଏହାକୁ  ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଛନ୍ତି । ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ ଅଧୀନରେ ଥିବା ଏହି ପାର୍କ ୧୩୬୮ବର୍ଗମିଟର ପରିମିତ ଅଞ୍ଚଳରେ ନିର୍ମାଣ କରାଯାଇଛି ଓ ପ୍ରାୟ ୯୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ସକାଳ ୫ଟାରୁ ଦିନ ୧୧ଟା ଏବଂ ଅପରାହ୍‌ଣ ୪ଟାରୁ ରାତି ୯ଟା ଯାଏ ଏହି ପାର୍କ ଖୋଲାଯିବ। ଦିବ୍ୟାଙ୍ଗ ଶିଶୁଙ୍କ ସହ ବରିଷ୍ଠ ନାଗରିକମାନେ ମଧ୍ୟ ଏଠାରେ ବୁଲାବୁଲି କରି ମଜା ନେଇପାରିବେ ।

@BSCL_BBSR

 

ଭାରତର ପ୍ରଥମ ଦିବ୍ୟାଙ୍ଗ ପାର୍କ ଭାବେ ଏହା ନିର୍ମାଣ ହୋଇଛି । ମାନସିକ ବିକାରଗ୍ରସ୍ତ ପିଲାମାନେ ବି ଏଠାରେ ସମୟ ବିତାଇ ପାରିବେ । ସମସ୍ତ ଖେଳକୁଦ ସାମଗ୍ରୀ ଓ ମନୋରଞ୍ଜନ ଉପକରଣ ଗୁଡ଼ିକ ପିଲାଙ୍କ ସୁରକ୍ଷାକୁ ଆଖିରେ ରଖି କରାଯାଇଛି । ପିଲାମାନେ ପଡ଼ିଲେ ବି ଆଘାତ ନହେବା ପାଇଁ ସମ୍ପୂର୍ଣ୍ଣ ପଡ଼ିଆରେ ସଫ୍ଟ ସିନ୍ଥେଟିକ ଲାଇନିଂ ବିଛା ଯାଇଛି । ସେନ୍ସ ମାଧ୍ୟମରେ ଖେଳକୁଦ କରିବାର ସୁଯୋଗ ଆଣିଛି ସେନସୋରି ପାର୍କ ।

 

@BSCL_BBSR

 

୨୦୧୮ ମସିହାରୁ ଏହି ପାର୍କ ପାଇଁ ଶୁଭ ଦିଆଯାଇଥିବା ସତ୍ତ୍ବେ  ଜମିଜମା ମାମଲାକୁ ନେଇ ବନ୍ଦ ରହିଥିଲା ଏହାର ନିର୍ମାଣ କାମ । ପରେ କୋଭିଡ୍ ଯୋଗୁଁ ବିଳମ୍ବ ହୋଇଥିବା ବେଳେ ଦୁଇ ବର୍ଷ ପରେ ଏହାକୁ ଉଦଘାଟନ କରାଯାଇଛି । ଯେଉଁଠି ହ୍ୱିଲ୍ ଚେୟାର ସୁଇଁ , ଟୁ ସିଟର ସୁଇଂ, ବକେଟ ସୁଇଂ, ମ୍ୟୁଜିକାଲ୍ ପୋଲ, ସାଉଣ୍ଡ ପ୍ଲେ ଭଳି ଅନେକ ଉପକରଣ ରହିଛି । ଦୃଷ୍ଟିହୀନ ପିଲାଙ୍କ ପାଇଁ ବାଦ୍ୟ ଯନ୍ତ୍ର ସହ ବ୍ରେଲି କାନ୍ଥ ରହିବା ସହ ହ୍ୱିଲ୍ ଚେୟାର ସହ ଝୁଲିବା ଲାଗି ଦୋଳି ଭଳି ବ୍ୟବସ୍ଥା ମଧ୍ୟ କରାଯାଇଛି  । ନି ସିଟ୍‌ ବିଶିଷ୍ଟ ଗ୍ରାଉଣ୍ଡ୍‌ ଲେଭଲ୍ ଏମ୍‌ଜିଆର୍‌ରେ ତିନି ସାଙ୍ଗ ବସି ଆରାମରେ ବୁଲିପାରିବେ। ଏହା ସେମାନଙ୍କୁ ବ୍ରେକ୍ ଡ୍ୟାନ୍ସ ଦୋଳିର ଅନୁଭବ ଦେବ। ସିଙ୍ଗଲ୍ ସିଟର ସ୍ପିଙ୍ଗ୍ ରାଇଡ୍‌, ସୋଲଡର୍ ବିଲ୍‌ଡର୍ ମାଧ୍ୟମରେ ବ୍ୟାୟାମ ସୁବିଧା ରହିଛି ଓ ଏହା ସେମାନଙ୍କୁ ସୁସ୍ଥ ରଖିବାରେ ସହାୟକ ହେବ। ସେହିପରି ଶୌଚାଳୟକୁ ଯିବା ପାଇଁ ଶିଡ଼ି ତିଆରି ହୋଇଛି। ବହୁ ସ୍ଥାନରେ ପିଇବା ପାଣି ପାଇଁ ଟ୍ୟାପ୍ ବ୍ୟବସ୍ଥା ରହିଛି ।

@IPR_Odisha

ଏଭଳି ନିଆରା ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଏକ ସ୍ୱତନ୍ତ୍ର ଏଜେନ୍ସିକୁ ଦିଆଯାଇଛି । ସାଧାରଣ ପିଲାଙ୍କୁ ସେନସୋରି ପାର୍କକୁ ପ୍ରବେଶ ବାରଣ କରାଯାଇଛି । ଆଗକୁ ବ୍ରହ୍ମପୁର ଓ ସମ୍ବଲପୁରରେ ଏସ.ଆଇ.ପିର ସାଟେଲାଇଟ୍ ସେଣ୍ଟର ହେବା ନେଇ ଯୋଜନା ରହିଛି । ଆଗକୁ ରାଜ୍ୟର ୮ଟି ସ୍ଥାନରେ ପ୍ରତିଷ୍ଠା ହେବ ଭିନ୍ନକ୍ଷମ ଥଇଥାନ କେନ୍ଦ୍ର ।

Bhubaneswarindias-first-parkOdishaPark For handicapped