ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତରେ ଫଳିଛି ଷ୍ଟ୍ରବେରୀ

ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତରେ ଫଳିଛି ଷ୍ଟ୍ରବେରୀ

Date:

ଇନସାଇଟ ବ୍ୟୁରୋ: କୋଟିଆରେ ବିବାଦ ବନାମ ବିକାଶ । କୋଟିଆକୁ ନେଇ ବିବାଦ ଥମୁ ନ ଥିବାବେଳେ ଓଡ଼ିଶା ମାଟିର ଅବିଚ୍ଛେଦ୍ୟ ଅଙ୍ଗ କୋଟିଆ ଏବେ ସମସ୍ତଙ୍କୁ  ନୂଆ ଆଶା ଦେଖାଇଛି । କୋରାପୁଟର କୋଟିଆ ମାଟିରେ ଫଳିଚି  ଲାଲ୍ ଟହଟହ ଷ୍ଟ୍ରବେରୀ ।  ଆଦିବାସୀ ମାନଙ୍କୁ ଏହି ଚାଷ କୌଶଳ ଶିଖାଇ ଦିଆଯିବା ପରେ ସେମାନଙ୍କ ଭିତରେ ହସ ଫେରିଛି । ଏହି ଫଳ ଏହାର ଚରିତ୍ରିକ ସୁଗନ୍ଧ, ଉଜ୍ଜ୍ୱଳ ଲାଲ ରଙ୍ଗ, ରସାତ୍ମକ ଗଠନ ଏବଂ ମଧୁରତା ପାଇଁ ସମ୍ପୂର୍ଣ୍ଣ ବିଶ୍ବରେ ବହୁଳ  ପ୍ରଶଂସିତ । ପ୍ରସାଧାନିକ ସାମଗ୍ରୀ ସହ ଅନେକ ଖାଦ୍ୟରେ ଏହାକୁ ବହୁଳ ଭାବେ ବ୍ୟବହାର କରାଯାଏ । ଏବେ ଓଡ଼ିଶାର କୋରାପୁଟ ଜିଲ୍ଲାର କୋଟିଆରେ ଚାଷ କରି ସଫଳ ହୋଇଛନ୍ତି ଚାଷୀ ।

- Advertisement -

ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତରେ ଫଳିଛି ଷ୍ଟ୍ରବେରୀ

ଗତ ୩ ମାସ ତଳେ କୋଟିଆ ଅଞ୍ଚଳରେ ଜିଲା ପ୍ରଶାସନ ପକ୍ଷରୁ ଡୋଳିଆମ୍ବ ଅଞ୍ଚଳରେ ଉକ୍ତ ଚାଷ ପାଇଁ ଉପଯୁକ୍ତ ଜଳବାୟୁ  ଚିହ୍ନଟ କରାଯାଇଥିଲା ଆଉ ଏଥିପାଇଁ କୋଟିଆବାସୀଙ୍କୁ ସ୍ୱାବଲମ୍ବୀ କରିବାକୁ ସହାୟତାର ହାତ ବଢାଇଥିଲେ ଖୋଦ ଜିଲ୍ଲା ପ୍ରଶାସନ । ଅନେକ ସନ୍ଦେହ, ଆଶା ଓ ଆଶଙ୍କାର ଅନ୍ତ ଘଟାଇ କୋଟିଆ ପଞ୍ଚାୟତର ଡଲିଆମ୍ବରେ ପାଞ୍ଚ ଏକର ଜାଗାରେ ଲଗାଯାଇଥିବା ଷ୍ଟ୍ରବେରୀ ଗଛରେ ଫଳ ଫଳିଥିବା ନଜରକୁ ଆସିଛି । ଯାହାକୁ ନେଇ  ଗ୍ରାମବାସୀ ଏବଂ ଜିଲ୍ଲା ପ୍ରଶାସନ ବେଶ ଖୁସି ଅଛନ୍ତି ।

Kotia strawberry cultivationଡଲିଆମ୍ବରେ ବର୍ଷର ଅଧିକାଂଶ ସମୟ ଜଳବାୟୁ ଥଣ୍ଡା ରହୁଥିବା ହେତୁ ଏହାକୁ ଷ୍ଟ୍ରବେରୀ ଚାଷ କରିବା ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଯାଇ ଗ୍ରାମବାସୀଙ୍କ ସହଭାଗିତାରେ ଗାଁ ନିକଟରେ ପାଞ୍ଚ ଏକର ଜାଗାକୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୋଗୀ କରାଯାଇଥିଲା । ଏହି ଚାଷ ପାଇଁ ଚାରା ପୁନେରୁ ଅଣାଯାଇଥିବା ବେଳେ ଖେତ ପ୍ରସ୍ତୁତିରେ ବିଶେଷଜ୍ଞ ମାନେ ସହଯୋଗ କରିଥିଲେ । ଷ୍ଟ୍ରବେରୀ ଚାଷ ସମଗ୍ର କୋଟିଆ ପଞ୍ଚାୟତ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ ହେବ ବୋଲି ଆଶାପୋଷଣ କରାଯାଉଛି । ବର୍ତ୍ତମାନ ଫଳ ଧରିବା ଆରମ୍ଭ ହୋଇଯାଇଥିବା ଯୋଗୁଁ ପାଞ୍ଚ ଏକରରେ ଲଗାଯାଇଥିବା ୫୫ ହଜାର ଷ୍ଟ୍ରବେରୀ ଗଛରୁ ପ୍ରାୟ ୨୫ ଟନ ଫଳ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି ।

କୋରାପୁଟ କଫି, ହଳଦୀ ତିଆରି ସାବୁନ ସମେତ ଅନ୍ୟାନ୍ୟ ଉତ୍ପାଦ ଭଳି କୋରାପୁଟ ଷ୍ଟ୍ରବେରୀ ଏ ମାଟିର ସ୍ବତନ୍ତ୍ର ପରିଚୟ ସୃ‌ଷ୍ଟି କରିବ ବୋଲି ଆଶା ରଖାଯାଇଛି । ମାତ୍ର ତିନିମାସରେ ଏଭଳି ଅମଳ ଚାଷୀ ମନରେ ଆଶା ଭରିଛି ।

ପ୍ରଥମଥର ପାଇଁ ପାଖାପାଖି ୧୦କେଜିରୁ ଊର୍ଦ୍ଧ୍ବ ଷ୍ଟ୍ରବେରୀ ତୋଳାଯାଇଥିବାବେଳେ ଏହାକୁ ଆନନ୍ଦର ସହ  ଅଞ୍ଚଳର ଚାଷୀ ଉପଭୋଗ କରିଛନ୍ତି । ଆଗାମୀ ସପ୍ତାହ ମଧ୍ୟରେ ପ୍ରାୟ ୫୦କେଜି ଷ୍ଟ୍ରବେରୀ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରହିଥିବାବେଳେ ଏହା ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି । ମାର୍ଚ୍ଚ, ଏପ୍ରିଲ ସୁଦ୍ଧା ଉତ୍ପାଦନ ଲକ୍ଷ୍ୟ ରଖିଛି ପ୍ରଶାସନ। ଅନ୍ୟପଟେ ବିକ୍ରି ପାଇଁ  ବ୍ୟବସ୍ଥା ପ୍ରଶାସନ କରିବ । ଆଗକୁ ଭବିଷ୍ୟତରେ କୋରାପୁଟ କଫି ଭଳି କୋରାପୁଟ ଷ୍ଟ୍ରବେରୀ ମଧ୍ୟ ସୁନାମ ଆଣିବ କୁହାଯାଉଛି । ପ୍ରଶାସନ ର ସହଯୋଗ ଏବଂ ଗ୍ରାମବାସୀଙ୍କ ଇଚ୍ଛାଶକ୍ତି ଆଜି ତାଙ୍କୁ ସଫଳ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...