ଏବର୍ଷ ଭକ୍ତଙ୍କ ଗହଣରେ ହେବ ପବିତ୍ର ମହାସ୍ନାନ ଯାତ୍ରା

ଏବର୍ଷ ଭକ୍ତଙ୍କ ଗହଣରେ ହେବ ପବିତ୍ର ମହାସ୍ନାନ ଯାତ୍ରା

Date:

Insight Bureau: ଗତ ଦୁଇ ବର୍ଷ ହେବ କୋଭିଡ କାରଣରୁ ବିନା ଭକ୍ତରେ ହେଉଥିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା । ଅର୍ଥାତ ଘରେ ବସି ଡିଜିଟାଲରେ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁମାନେ  । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମାନେ ସିଧାସଳଖ ସ୍ନାନଯାତ୍ରାରେ ସାମିଲ ହେବେ।  ହେଲେ ଏଥର କରୋନା ପ୍ରକୋପ କମ ଥିବାରୁ ଭକ୍ତଙ୍କୁ ଦର୍ଶନ ଲାଗି ଅନୁମତି ମିଳିଛି । ସ୍ନାନ ଯାତ୍ରାକୁ ନେଇ ଆସିଛି ଭକ୍ତଙ୍କ ପାଇଁ ଖୁସି ଖବର । ଦୀର୍ଘ ଦୁଇ ବର୍ଷ ପରେ ଏବର୍ଷ ଭକ୍ତଙ୍କ ଗହଣରେ ହେବ ମହାସ୍ନାନ ଯାତ୍ରା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି ।

- Advertisement -

ଦୀର୍ଘ ଦୁଇ ବର୍ଷ ପରେ ସ୍ନାନ ଯାତ୍ରାରେ ସାମିଲ ହେବେ ଭକ୍ତ ଏ ନେଇ ଭକ୍ତଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଶ୍ରୀଜିଉଙ୍କ ହାତୀ ବେଶ ପୂର୍ବରୁ ସ୍ନାନ ମଣ୍ଡପ ତଳେ ଓ ବେଶ ପରେ ଦୁଇ ଘଣ୍ଟା ମଣ୍ଡପ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ । ଦଇତାପତି ନିଯୋଗ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ।

ସ୍ନାନବେଦୀରେ ସାଆନ୍ତେଙ୍କୁ ଦର୍ଶନ କରିବେ ଭକ୍ତ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତି ନିଯୋଗ ବୈଠକ ପରେ ଏହି ସୂଚନା ଦିଆଯାଇଛି । ଭକ୍ତମାନେ ପୂର୍ବଭଳି ସ୍ନାନବେଦୀ ତଳ ରାସ୍ତା ଦେଇ ପ୍ରଦିକ୍ଷଣ କରିବା ସହ ହାତୀବେଶକୁ ସ୍ନାନବେଦୀ ଉପରେ ଚଢ଼ି ମହାପ୍ରଭୁଙ୍କ ଦର୍ଶନ କରିବାର ବ୍ୟବସ୍ଥା କରାଯିବ। ସେହିପରି ହାତୀ ବେଶ ପରେ ଭକ୍ତ ସ୍ନାନବେଦୀ ଉପରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଶ୍ରୀବିଗ୍ରହମନଙ୍କୁ ସ୍ପର୍ଶ କରି ପାରିବେ ନାହିଁ ଭକ୍ତ ।

ସେହିପରି ଶ୍ରୀକ୍ଷେତ୍ର ଭଉଁରୀ ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଛି । ବିଭିନ୍ନ ନିଯୋଗ ସହ ପୃଥକ ପୃଥକ ଭାବେ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ । ମହାପ୍ରଭୁଙ୍କ ନୀତିକାନ୍ତିକୁ କିଭଳି ଶୃଙ୍ଖଳିତ ଭାବେ ସମ୍ପାଦନ କରାଯିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଥିଲା ।

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...