ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ

ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ

Date:

Insight Bureau: ସେ ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାର ସଂସ୍କୃତି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି । ତାଙ୍କ ପାଇଁ ବାର ମାସରେ ତେର ପର୍ବ ପାଳିତ ହୁଏ  । ଘୋଷଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରଥଖଳା ଏବେ ବେଶ ଚଳଚଞ୍ଚଳ ହୋଇ ଉଠିଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ । ଏହାକୁ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଇଥାଏ  । ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଶ୍ରୀଗୁଣ୍ଡିିଚା ମନ୍ଦିରକୁ ଯାତ୍ରା କରନ୍ତି ।

construction-of-chariots-continues-at-ratha-khala

ଶତାବ୍ଦୀ ଶତାବ୍ଦୀ ଧରି ଏହି ଯାତ୍ରା ଐତିହ୍ୟର ଜୟଯାତ୍ରା ଭାବରେ ପରିଗଣିତ ହୋଇଛି । ଏହି ସମୟରେ ବଡ଼ଦାଣ୍ଡ ଭକ୍ତିରେ ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳିଥାଏ । ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରା କରିଥାନ୍ତି ନିଜ ମାଉସୀ ମାଁ ଘରକୁ । ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟିଥାଏ ।

puri-ratha-yatra-preparation

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି  ।  ଯାହା ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୋଇଥାଏ । ରଥଯାତ୍ରା ପାଇଁ ଶ୍ରୀନଅର ସମ୍ମୁଖରେ ଥିବା  ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି ।‌  ପବିତ୍ର ଅକ୍ଷୟ ତୃତୀୟା ପରଦିନ ଠାରୁ ଚକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ହୋଇ ପଡିଛନ୍ତି  ତିନିରଥର ବିଶ୍ଵକର୍ମା ମହାରଣାମାନେ । ଶାସ୍ତ୍ର ଅନୁଯାୟୀ ତିନି ରଥର ନିର୍ମାଣ ଚକ କାର୍ଯ୍ୟରୁ ଆରମ୍ଭ କରାଯାଇଥାଏ । ଗତ ଅକ୍ଷୟ ତୃତୀୟା ପରଦିନ ଠାରୁ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଥିଲା ।

puri-ratha-yatra-preparation

ଗତକାଲି ତୁମ୍ବ ମାନଙ୍କରେ ସୂତା ବାଡିଆ ଯିବା ପରେ ଘେର କାଟିଥିଲେ କରତିଆ ସେବକମାନେ। ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣା ତୁମ୍ବ ଉପରେ ଶ୍ରୀଫଳ, ମାହାର୍ଦ୍ଦ ଥୋଇ ବିନ୍ଧ ଅନୁକୂଳ ମଧ୍ୟ କରିସାରିଲେଣି ମହାରଣା ମାନଙ୍କ ଦ୍ବାରା  । ଏବେ ସୁଦ୍ଧା ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ପ୍ରାୟ ୩୫ ଟି ତୁମ୍ବ ବୋଳା କାର୍ଯ୍ୟ ସରିଥିବାବେଳେ । ସେହିପରି ଆଗକୁ ତିନି ରଥର ସମୁଦାୟ ୪୨ଟି ଚକରେ ୧୬ ଯୋଡା ବିନ୍ଧ ଖୋଳାଯିବ ।

puri-ratha-yatra-preparation

ଆଗକୁ ରଥ ଯାତ୍ରା ପାଇଁ  ପୁରୀ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ସୁନା ଏବଂ ରୁପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ଯାହା ଆଗକୁ ପ୍ରସିଦ୍ଧ ରଥଯାତ୍ରାକୁ ଆଖିରେ ରଖି ମହାରଣାମାନେ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ  ଜାରି ରଖିଛନ୍ତି । ତେବେ ପାଖାପାଖି ଦୁଇ ବର୍ଷରୁ ଅଧିକ ହେବ ମହାମାରୀ କରୋନା ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ପ୍ରକାର ପାଚେରି ଠିଆ ହୋଇଥିଲା । ୨ ବର୍ଷ ପରେ ଘୋଷଯାତ୍ରାରେ ପୁଣି ଥରେ ସାମିଲ ହେବେ ଭକ୍ତମାନେ  । ଅଧିକ ଭକ୍ତ ଆସିବାର ସମ୍ଭାବନା ଥିବାରୁ ସେହି ଅନୁସାରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବ ।

 

Share post:

Popular

More like this
Related

Dilip Ray’s Political Resurgence Signals New Momentum

TNI Bureau: The return of Dilip Ray to active...

Naveen Operates Without Pandian

TNI Bureau: Contrary to the hype, speculation, and rumours,...

Jaganath Sena says, Kohinoor diamond belongs to Lord Jaganath

Just after Queen Elizabeth II's death, there have been numerous rumors that the Centre is planning to bring back the Kohinoor diamond from London.

These Odisha Youths defied the odds to crack NEET

With the declaration of National Eligibility cum Entrance Test (NEET), many hopes have started blooming from the mud.