ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ

ଘୋଷଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରଥଖଳା ଏବେ ବେଶ ଚଳଚଞ୍ଚଳ ହୋଇ ଉଠିଛି । ପବିତ୍ର ଅକ୍ଷୟ ତୃତୀୟା ପରଦିନ ଠାରୁ ଚକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ହୋଇ ପଡିଛନ୍ତି  ତିନିରଥର ବିଶ୍ଵକର୍ମା ମହାରଣାମାନେ ।

Insight Bureau: ସେ ହେଉଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ । ଓଡ଼ିଶାର ସଂସ୍କୃତି ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି । ତାଙ୍କ ପାଇଁ ବାର ମାସରେ ତେର ପର୍ବ ପାଳିତ ହୁଏ  । ଘୋଷଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରଥଖଳା ଏବେ ବେଶ ଚଳଚଞ୍ଚଳ ହୋଇ ଉଠିଛି । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥଯାତ୍ରା ପାଳନ କରାଯାଏ । ଏହାକୁ ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଇଥାଏ  । ଏହି ଦିନ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ତିନୋଟି ରଥରେ ବସି ଶ୍ରୀଗୁଣ୍ଡିିଚା ମନ୍ଦିରକୁ ଯାତ୍ରା କରନ୍ତି ।

construction-of-chariots-continues-at-ratha-khala

ଶତାବ୍ଦୀ ଶତାବ୍ଦୀ ଧରି ଏହି ଯାତ୍ରା ଐତିହ୍ୟର ଜୟଯାତ୍ରା ଭାବରେ ପରିଗଣିତ ହୋଇଛି । ଏହି ସମୟରେ ବଡ଼ଦାଣ୍ଡ ଭକ୍ତିରେ ପରିପୂର୍ଣ୍ଣ ଥିବା ଦେଖିବାକୁ ମିଳିଥାଏ । ଜଗତର ବଡ଼ ଠାକୁର ଶ୍ରୀଜଗନ୍ନାଥ ନିଜର ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରରୁ ୯ ଦିବସୀୟ ଯାତ୍ରା କରିଥାନ୍ତି ନିଜ ମାଉସୀ ମାଁ ଘରକୁ । ବଡ଼ଦାଣ୍ଡରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପାଇଁ ରାଜ୍ୟ ତଥା ଦେଶ ବିଦେଶରୁ ଭକ୍ତ ଓ ଶ୍ରଦ୍ଧାଳୁ ଛୁଟିଥାଏ ।

puri-ratha-yatra-preparation

Support Independent Journalism? Keep us live.

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି  ।  ଯାହା ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୋଇଥାଏ । ରଥଯାତ୍ରା ପାଇଁ ଶ୍ରୀନଅର ସମ୍ମୁଖରେ ଥିବା  ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି ।‌  ପବିତ୍ର ଅକ୍ଷୟ ତୃତୀୟା ପରଦିନ ଠାରୁ ଚକ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ହୋଇ ପଡିଛନ୍ତି  ତିନିରଥର ବିଶ୍ଵକର୍ମା ମହାରଣାମାନେ । ଶାସ୍ତ୍ର ଅନୁଯାୟୀ ତିନି ରଥର ନିର୍ମାଣ ଚକ କାର୍ଯ୍ୟରୁ ଆରମ୍ଭ କରାଯାଇଥାଏ । ଗତ ଅକ୍ଷୟ ତୃତୀୟା ପରଦିନ ଠାରୁ ତୁମ୍ବ ନିର୍ମାଣ କାର୍ଯ୍ୟ ଚାଲିଥିଲା ।

puri-ratha-yatra-preparation

ଗତକାଲି ତୁମ୍ବ ମାନଙ୍କରେ ସୂତା ବାଡିଆ ଯିବା ପରେ ଘେର କାଟିଥିଲେ କରତିଆ ସେବକମାନେ। ତିନି ରଥର ମୁଖ୍ୟ ବିଶ୍ଵକର୍ମା ମହାରଣା ତୁମ୍ବ ଉପରେ ଶ୍ରୀଫଳ, ମାହାର୍ଦ୍ଦ ଥୋଇ ବିନ୍ଧ ଅନୁକୂଳ ମଧ୍ୟ କରିସାରିଲେଣି ମହାରଣା ମାନଙ୍କ ଦ୍ବାରା  । ଏବେ ସୁଦ୍ଧା ତାଳଧ୍ଵଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ପ୍ରାୟ ୩୫ ଟି ତୁମ୍ବ ବୋଳା କାର୍ଯ୍ୟ ସରିଥିବାବେଳେ । ସେହିପରି ଆଗକୁ ତିନି ରଥର ସମୁଦାୟ ୪୨ଟି ଚକରେ ୧୬ ଯୋଡା ବିନ୍ଧ ଖୋଳାଯିବ ।

puri-ratha-yatra-preparation

ଆଗକୁ ରଥ ଯାତ୍ରା ପାଇଁ  ପୁରୀ ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ବିଜେ ହୋଇ ସ୍ତୋତ୍ରିୟ ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ସୁନା ଏବଂ ରୁପା କୁରାଢ଼ି ଛୁଆଁଇ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା । ଯାହା ଆଗକୁ ପ୍ରସିଦ୍ଧ ରଥଯାତ୍ରାକୁ ଆଖିରେ ରଖି ମହାରଣାମାନେ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ  ଜାରି ରଖିଛନ୍ତି । ତେବେ ପାଖାପାଖି ଦୁଇ ବର୍ଷରୁ ଅଧିକ ହେବ ମହାମାରୀ କରୋନା ପାଇଁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ପ୍ରକାର ପାଚେରି ଠିଆ ହୋଇଥିଲା । ୨ ବର୍ଷ ପରେ ଘୋଷଯାତ୍ରାରେ ପୁଣି ଥରେ ସାମିଲ ହେବେ ଭକ୍ତମାନେ  । ଅଧିକ ଭକ୍ତ ଆସିବାର ସମ୍ଭାବନା ଥିବାରୁ ସେହି ଅନୁସାରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବ ।

 

Comments are closed.