କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଗତକାଲି, ଓଡ଼ିଆ ସାହିତ୍ୟ ଜଗତର ନାୟକ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ୧୨୫ତମ ଜୟନ୍ତୀ ଅବସରରେ, ଭୁବନେଶ୍ୱରର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ୱି ଫର୍ ଭୁବନେଶ୍ୱର, ଉତ୍କଳ ସମ୍ମିଳନୀ, ବିଜେଡି ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତଥା ଜୟ ଓଡ଼ିଶାର ସଦସ୍ୟ ମାନେ।

ସେମାନଙ୍କ ସହ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ, ବାଙ୍କୀ, କବିଙ୍କ ପ୍ରତିମୂର୍ତ୍ତି ସ୍ଥଳ ରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ, ଏହିପରି ଜଣେ ଦିଗନ୍ତ କବି ତଥା ସାହିତ୍ୟିକ ଙ୍କ ଜୀବନଶୈଳୀ ଓ ତାଙ୍କ ଦ୍ଵାରା ଲିଖିତ କାବ୍ୟ କବିତା ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି ଅବସରରେ ବସନ୍ତ ରାଜ, ସୀମା ସେଠୀ, ଦଶରଥ ଦିଗଲ, ଘନଶ୍ୟାମ ଜେନା ଓ ବୈଶାଖୀ ଜେନା ଙ୍କୁ “ଉତ୍କଳ ପୂଜ୍ୟପୂଜା ସ୍ମୃତି ସମ୍ମାନ” ରେ ସମ୍ମାନିତ କରାଯାଇଥିଲା ।

Jai OdishaKabichandra Kalicharan PatnaikOdia PoetOdishaPost