କୋଭିଡ଼ ବିଷ୍ଫୋରଣ ପରିସ୍ଥିତିରେ ସ୍କୁଲ ଖୋଲିବା କେତେ ସମୀଚିନ?

ଉପରମୁହାଁ ହେଉଛି କରୋନା ସଂକ୍ରମଣ ।

ଇନସାଇଟ ବ୍ୟୁରୋ: ଦିନକୁ ଦିନ ଉପରମୁହାଁ ହେଉଛି କରୋନା ସଂକ୍ରମଣ । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ପାଖାପାଖି ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ ପଜିଟିଭ ଚିହ୍ନଟ ହୋଇଛନ୍ତି  । କିଛିଦିନ ତୁଳନାରେ ପାଖାପାଖି ୩୦ ହଜାର ବୃଦ୍ଧି ହୋଇଛି ଦୈନିକ ସଂକ୍ରମଣ ମାମଲା । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୭୦୩ ଜଣଙ୍କ ଜୀବନ ନେଇଛି କରୋନା । ସେହିପରି ଦୈନିକ ପଜିଟିଭିଟି ହାର ୧୭.୯୪ ପ୍ରତିଶତକୁ ବୃଦ୍ଧି ପାଇଛି ।

କିଛିଦିନ ହେବ ଦେଶରେ କୋଭିଡ ଆକ୍ରାନ୍ତ ସର୍ବାଧିକ ମାମଲା ରହିଥିବା ରାଜ୍ୟ ମାନଙ୍କ ମଧ୍ୟରେ ପ୍ରଥମ ତିନି ସ୍ଥାନ ମଧ୍ୟରେ ମହାରାଷ୍ଟ୍ର ରହି ଆସୁଛି । ଗତ କିଛି ଦିନ ଧରି କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ରରେ ଦୈନିକ ୪୫ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେହିପରି ତାମିଲନାଡୁ, ଦିଲ୍ଲୀର ସ୍ଥିତି ମଧ୍ୟ ଉଦବେଗଜନକ ରହିଛି । ନିର୍ବାଚନୀ ରାଜ୍ୟଗୁଡ଼ିକରେ ସଂକ୍ରମିତଙ୍କ ସଂଖ୍ୟା ଏବେ ଚିନ୍ତା ବଢାଇଛି । ଯଦି ଆମେ ଓମିକ୍ରନ ଆକ୍ରାନ୍ତଙ୍କ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୬୯୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୦ ଲକ୍ଷ ୧୮ ହଜାର ୮୨୫ରେ ପହଞ୍ଚିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୧ ହଜାର ୭୭୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

କିଛି ଦିନ ତଳେ ରାଜ୍ୟରେ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଥିଲେ । ଗତ କିଛି ଦିନ ହେବ ମହାରାଷ୍ଟ୍ର ରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବ ସହିତ ଓମିକ୍ରନ୍ ଭାରିଆଣ୍ଟର ମାମଲା ମଧ୍ୟ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି । ପିଲାମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ସରକାର ୩୧ ଜାନୁୟାରୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ଘୋଷଣା କରିଥିଲେ । ତେବେ ଏହି ସମୟରେ ପିଲାଙ୍କର ଅନଲାଇନ୍ ପାଠପଢ଼ା ଜାରି ରହିବା ନେଇ ନିଷ୍ପତ୍ତି ହୋଇଥିଲା ।  କିନ୍ତୁ ଗତକାଲି ମହାରାଷ୍ଟ୍ରରେ ଜାନୁଆରୀ ୨୪ରୁ ପୁଣିଥରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର  । ସ୍କୁଲ ଖୋଲିବା ନେଇ ଗତକାଲି ଉଦ୍ଧବ ଠାକରେ ସରକାର ଅନୁମତି ପ୍ରଦାନ କରିଛନ୍ତି ।

ସେପଟେ ରାଜ୍ୟ ଶିକ୍ଷାମନ୍ତ୍ରୀ ବର୍ଷା ଗାୟକବାଡ଼ କହିଛନ୍ତି ଯେ, କୋଭିଡ ନିୟମ ସହ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯାଉଛି ଏବଂ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ସ୍କୁଲ ଖୋଲିବା ନେଇ କୋଭିଡ ଟାସ୍କ ଫୋର୍ସ ଓ ଅଭିଭାବକ ଲଗାତାର ଦାବି କରୁଥିଲେ । ସେଥିପାଇଁ ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ କୋଭିଡ ସ୍ଥିତିକୁ ପରଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଯଦି ବି ରାଜ୍ୟର ଭିନ୍ନ ସ୍ଥାନର ସ୍ଥିତି ପରଖି ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯାଇଛି  କୁହା ଯାଉଥିବାବେଳେ ଅନ୍ୟପଟେ ଦେଖିବାକୁ ଗଲେ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ମଧ୍ୟରୁ ସର୍ବାଧିକ ମାମଲା ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରୁ ରହିଛି । ଏପରି ପରିସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି କେତେଦୂର ଯଥାର୍ଥ ?

Covid CasesMaharastramaharastra govtSchool Reopening