Insight Bureau: ବଦଳିବ ଉତ୍କଳ ବିଶ୍ବବିଦ୍ୟାଳୟର ରୂପରେଖ । ଏଥିପାଇଁ ପ୍ରସ୍ତୁତ ହୋଇ ସାରିଛି ନକ୍ସା । ପ୍ରଶସ୍ତ ରାସ୍ତା ସାଙ୍ଗକୁ ନୂଆ ପ୍ରବେଶ ପଥ ସମ୍ମୁଖରେ ଶୋଭା ପାଇବ ଓ୍ବାଟର ଫାଉଣ୍ଟେନ୍ । ବାଣୀବିହାର ଓଭରବ୍ରିଜଠାରୁ ୮ ଶହ ମିଟରରେ ନୂଆ ରାସ୍ତା ନିର୍ମାଣ ହେବ । ଏହାର ଡିଜାଇନ୍ କରିଛନ୍ତି ଓଡ଼ିଆ ଆର୍କିଟେକ ରୂଚିପୂର୍ଣ୍ଣ ଜେନା । ମୁଖ୍ୟ ଫାଟକ ସମେତ ସୁରକ୍ଷାକର୍ମୀଙ୍କ ପ୍ରକୋଷ୍ଠ, ସିସିଟିଭି, ଉଭୟ ପାର୍ଶ୍ବରେ ୯ ମିଟର ଲେଖାଏଁ ପକ୍କା ରାସ୍ତା, ରାସ୍ତାର ଦୁଇ କଡ଼ରେ ୬ ଫୁଟ ଲେଖାଏଁ ଫୁଟପାଥ ନିର୍ମାଣ ହେବ । ବିଶ୍ବବିଦ୍ୟାଳୟ ପାଖ ଗଙ୍ଗୁଆ ନାଳ ଉପରେ ବ୍ରିଜ୍ ନିର୍ମାଣ ହେବ । ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷରୋପଣ କରାଯିବା ସହ ନୂଆ ମୁଖ୍ୟ ଫାଟକରେ କେବଳ ପ୍ରବେଶ ପଥ ରହିବ । ଏବେ ଥିବା ମୁଖ୍ୟ ଫାଟକ ହେବ ପ୍ରସ୍ଥାନ ପଥ ।
ବାଣୀବିହାର ଛକରୁ ଗଙ୍ଗୁଆ ନାଳ ଦେଇ ନୂଆ ରୋଡରେ ନିର୍ମାଣ କରାଯିବ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରବେଶ ଫାଟକ । ଆଖିଦୃଶିଆ ଗେଟ୍ ସାଙ୍ଗକୁ ପ୍ରଶସ୍ତ ରାସ୍ତା ଏବଂ ଦୁଇ ପାର୍ଶ୍ବ ହେବ ସୌନ୍ଦର୍ଯ୍ୟକରଣ । ନୂଆ ଗେଟ୍ ଓ ସୌନ୍ଦର୍ଯ୍ୟକରଣ ଫଳରେ ଏନଆଇଟି ଓ ଆଇଆଇଟି ଭଳି ଉତ୍କଳ ବିଶ୍ବବିଦ୍ୟାଳୟ ବି ଚମକିବ । ଯାହାକୁ ନେଇ ଏବେ ବେଶ ଖୁସିରେ ଅଛନ୍ତି ଛାତ୍ରଛାତ୍ରୀ ।