ନୂଆ ରୂପରେ ଝଟକୁଛି ମା ତାରାତାରିଣୀଙ୍କ ମନ୍ଦିର

ନୂଆ ରୂପରେ ଝଟକୁଛି ମା ତାରାତାରିଣୀଙ୍କ ମନ୍ଦିର

Date:

Insight Bureau: ବଦଳିଛି ଗଞ୍ଜାମ ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀଙ୍କ ପୀଠର ରୂପରେଖ । ଆରମ୍ଭ ହୋଇଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ତାରାତାରିଣୀଙ୍କ ମନ୍ଦିରର ପ୍ରତିଷ୍ଠା ମହୋତ୍ସବ । ଜ୍ୟେଷ୍ଠ କୃଷ୍ଣ ପଞ୍ଚମୀ ତିଥିର ପବିତ୍ର ଅବସରରୁ ଏହି ୬ ଦିନିଆ ଆଧ୍ୟାତ୍ମିକ ମହୋତ୍ସବର ଶୁଭାରମ୍ଭ ହୋଇଛି । ୬ ଦିନିଆ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପୀଠରେ ପହଞ୍ଚି ସାରିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ବହୁ ବ୍ରାହ୍ମଣ, ସନ୍ଥ ଓ ଭକ୍ତ । ପୂଣ୍ୟତୋୟା ଋଷିକୁଲ୍ୟା ମୁହାଣର ବଣ ପାହାଡ଼ ଘେରା ଏହି ପୀଠର ସୌନ୍ଦର୍ଯ୍ୟକରଣ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ  କରିଛି । ୨୦୦୪ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବେ କାମ ଶେଷ ହେବାପରେ ଏଥିପାଇଁ ଜିଲ୍ଲା ଓ ମନ୍ଦିର ପ୍ରଶାସନ କରିଛି ବ୍ୟାପକ ପ୍ରସ୍ତୁତି ।

- Advertisement -

୬ ଦିନିଆ ପ୍ରତିଷ୍ଠା ମହୋତ୍ସବର ପ୍ରଥମ ଦିନ ରବିବାରରେ ହୋଇଛି  ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ । ସୋମବାର ଜଳଯାତ୍ରା, ଯଜ୍ଞାରମ୍ଭ, ବ୍ରାହ୍ମଣବରଣ, ଅଗ୍ନି ସଂସ୍କାର, ସାଲା ସଂସ୍କାର ଓ ପୂଜା ହୋମ ରୀତିନୀତି ସମ୍ପନ୍ନ ହେବ। ମଙ୍ଗଳବାର ସୂର୍ଯ୍ୟ ପୂଜା, ଗୋପୂଜା, ଚଣ୍ଡିପାଠ, ମହାରୁଦ୍ରାଭିଷେକ, ଧ୍ଵଜ ଓ ତ୍ରିଶୂଳ ସ୍ଥାପନ, ପାର୍ଶ୍ଵ ଦେବାଦେବୀଙ୍କ ସପ୍ତାଧିବାସ ଓ ଧାନ୍ୟାଧିବାସ ସମ୍ପନ୍ନ କରାଯିବ। ଚତୁର୍ଥ ଦିବସ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଆଗମନ ସହ ଉକ୍ତ ଦିନ ସୂର୍ଯ୍ୟ ପୂଜା, ମଣ୍ଡଳ ଦେବତା ପୂଜା, ହୋମ, ଦଶମହାବିଦ୍ୟା, ଯଜ୍ଞ ଓ ପୁରଷ୍କରଣ, ତ୍ରିଶୂଳ, ଧ୍ୱଜ, ମହାଧୀଜଙ୍କ ପାଇଁ ଦେବତାଙ୍କ ମହାସ୍ନାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଗୁରୁବାର ସୂର୍ଯ୍ୟ ପୂଜା ସହ ଦେବତା ତଥା ଆୟୁଦ୍ଧ ଧ୍ଵଜମାନଙ୍କ ନ୍ୟାସ ହେବ। ଅନ୍ତିମ ଦିବସ ଶୁକ୍ରବାର ଧ୍ଵଜ, ତ୍ରିଶୂଳ, ପାର୍ଶ୍ଵଦେବତାଙ୍କ ସ୍ଥାପନ ସହ ମହାଦେବୀଙ୍କ ରତ୍ନ ସିଂହାସନ ବିଜେ, ମହାଧୀଜଙ୍କ ଭ୍ରମଣ ଓ ସମର୍ପଣ, ଅଖଣ୍ଡ ନାମଯଜ୍ଞ ଓ ଘୃତଯଜ୍ଞର ପୂର୍ଣ୍ଣାହୂତି ହେବ ବୋଲି ମାଁ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ମିଳିଛି ।

inaugural-ceremony-of-maa-tara-tarinis-new-temple-in-ganjam-begins

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । ଆଦିଶକ୍ତି ମାଁ ତାରାତାରିଣୀ ଯୁଗ୍ମରୂପିଣୀ, ଅଯୁଗ୍ମ ରୂପରେ ସେ ସଙ୍କଟ ତାରିଣୀ। ପୁରାଣ ମୁତାବକ ଠାକୁରାଣୀ ଦକ୍ଷ ଯଜ୍ଞ ବିନାଶିନୀ ଶକ୍ତି ଶରୀରର ଅଙ୍ଗବିଶେଷ, ଯାହାକି ରତ୍ନଗିରି ପର୍ବତରେ ପୂଜିତ ହୋଇ ଆସୁଛନ୍ତି। ଏକଦା ଦୁର୍ଗମ ଓ ଘଞ୍ଚ ଜଙ୍ଗଲଭରା ପାହାଡ଼ ମଧ୍ୟରେ ପୂଜା ପାଇ ଆସୁଥିବା ଭଗବତୀ ଯଦିଓ ଅତୀତରେ ଭକ୍ତଙ୍କ ପାଇଁ ଦୁର୍ଲଭ ଥିଲେ ଆଜି କିନ୍ତୁ ଯୁଗର ବିବର୍ତ୍ତନବାଦରେ ସମସ୍ତଙ୍କ ନିକଟରେ ସେ ସୁଲଭ ଦର୍ଶନଯୋଗ୍ୟ। ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭରୁ ଏଯାବତ୍ ପ୍ରାୟ ୧୧୭ କୋଟି ଟଙ୍କା ବ୍ୟୟରେ ବଉଳମାଳିଆ ପଥର ଦ୍ୱାରା ନବନିର୍ମିତ ପଞ୍ଚାୟତନ ବିଶିଷ୍ଟ ମନ୍ଦିର ମଧ୍ୟରେ ଏବେ ଦେବୀ ଅଧିଷ୍ଠିତ । ଏ ନେଇ ଭକ୍ତମହଲରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଛି ।

inaugural-ceremony-of-maa-tara-tarinis-new-temple-in-ganjam-begins

ରାଜ୍ୟ ସରକାରଙ୍କ ଅନୁଦାନରେ ୧୧୭ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। ଯଜ୍ଞ ମଣ୍ଡପ, ଦୀପ ଘର, ଭିୟୁ ପଏଣ୍ଟ, ମେଡିଟେସନ୍ ସେଣ୍ଟର୍, ପ୍ରଶାସନିକ ଭବନ, ମୁଣ୍ଡନ ହଲ୍, ମାର୍କେଟ କମ୍ପ୍ଲେକ୍ସ, ଘାଟି ତଳୁ ପୀଠ ପର୍ଯ୍ୟନ୍ତ ସୁନ୍ଦର ରାସ୍ତା କରାଯାଇଛି ଯେଉଁଠାରେ ଦର୍ଶକ ଆଖପାଖର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଋଷିକୂଲ୍ୟା ନଦୀର ସୁନ୍ଦର ଦୃଶ୍ୟ ଉପଭୋଗ କରିପାରିବେ। ପାହାଡ଼ ଉପରେ ମଧ୍ୟ ବିରାଟ ଜାଗା ସୃଷ୍ଟି କରାଯାଇଛି ଯେଉଁଠି ବ୍ୟାପକ ଚାରାରୋପଣ ସହ ସବୁଜିମା ଭରା ପରିବେଶ ସୃଷ୍ଟି ହୋଇଛି। ଫଳରେ ଏହି ଶକ୍ତିପୀଠ ଅନ୍ତର୍ଜାତୀୟସ୍ତରର ଏକ ସୁନ୍ଦର ପର୍ଯ୍ୟଟନସ୍ଥଳ ଭାବେ ସୁନାମ ଅର୍ଜନ କରିବାକୁ ଯାଉଛି ।

inaugural-ceremony-of-maa-tara-tarinis-new-temple-in-ganjam-begins

Share post:

Popular

More like this
Related

Bhubaneswar Fights Air Pollution With New Technology

TNI bureau: Bhubaneswar has installed revolutionary WARO C6 devices...

ISKCON Rejects Gajapati Maharaja’s Appeal on Overseas Ratha Jatra Dates

TNI Bureau: The long-standing theological and cultural debate over...