Insight Bureau: ବାରିପଦାରୁ ପୁରୀ ଟ୍ରେନ୍ ପୂର୍ବରୁ ସପ୍ତାହକୁ ଥରେ ଚଳାଚଳ କରୁଥିଲା । ଏହି ଟ୍ରେନ୍ରେ ମୟୂରଭଞ୍ଜ ସମେତ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଯାତ୍ରୀମାନେ ପୁରୀ ଯାତାୟତ କରୁଥିଲେ । ତେବେ କୌଣସି କାରଣରୁ ପାଖାପାଖି ମାସେ ହେଲା ଉକ୍ତ ଟ୍ରେନ୍ଟିର ଚଳାଚଳକୁ ରେଳବାଇ ବନ୍ଦ କରି ଦେଇଥିଲେ । ଏହାକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଥିଲା ।
ଏ ନେଇ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ତାଙ୍କ ନିକଟରେ ପୂର୍ବଭଳି ବାରିପଦାରୁ ପୁରୀ ଟ୍ରେନ୍ ଚଳାଚଳ କରାଇବାକୁ ଅନୁରୋଧ କରିଥିଲେ । ଆଉ ଗତକାଲି ରାତି ୧୧ଟାରୁ ବାରିପଦା ଷ୍ଟେସନ୍ରୁ ପୁରୀ ଅଭିମୁଖେ ପୁଣି ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଆସନ୍ତାକାଲି ସକାଳ ୬ଟାରେ ଏହି ଟ୍ରେନ୍ ପୁରୀରେ ପହଞ୍ଚିବ । ଆସନ୍ତାକାଲି ରାତି ୧୧ଟାରୁ ସେହି ପୁରୀରୁ ବାରିପଦାକୁ ଫେରିବ। ସପ୍ତାହକୁ ଏହି ଟ୍ରେନ୍ ମାତ୍ର ଥରେ ଚଳାଚଳ କରୁଛି।