କଟକ ପୋଲିସ ଡିଜି ଅଫିସ ସାମ୍ନାରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୋଲିସ ମୁଖ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ପୀଡ଼ିତା ଯୁବତୀ ସସ୍ମିତା ପଲାଇ ।

ପୋଲିସ ମୁଖ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇ ର ପୀଡ଼ିତା ଯୁବତୀ ସସ୍ମିତା ପଲାଇ ।

ଏକ ଗଣମାଧ୍ୟମ ସଂସ୍ଥାର ପ୍ରତିନିଧି ଯୁବତୀ ଜଣଙ୍କୁ ପ୍ରତାରଣା ଦେବା ସହ ବ୍ଲାକ ମେଲିଂ କରି ଆସୁଥିଲେ । ଯାହାକୁ ନେଇ ସେ ବିଭିନ୍ନ ସମୟରେ ପୋଲିସ ର ଦ୍ବାରସ୍ଥ ହୋଇ ଆସୁଥିଲେ ସୁଦ୍ଧା ତାଙ୍କୁ ନ୍ୟାୟ ତ ମିଳୁ ନଥିଲା ବରଂ ପଟ୍ଟାମୁଣ୍ଡାଇ ପୋଲିସ ଦ୍ଵାରା ନିର୍ଯ୍ୟାତନା ଦିଆଯାଉଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ଯାହା ଫଳରେ ସସ୍ମିତା ଆଜି କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପୋଲିସ କର୍ମଚାରୀ ମାନେ ତାଙ୍କୁ କାବୁ କରିଥିଲେ।

CuttackDG policejusticeOdishaWoman