ଧବଳେଶ୍ଵର ପୂଜକଙ୍କ ଅହିଂସା ଆନ୍ଦୋଳନ; ଜାଣନ୍ତୁ ପୁରା ଖବର

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ଙ୍କ ପୂଜକ ଆଜି ଅହିଂସା ଭାବରେ ଆନ୍ଦୋଳନ କରି ଧବଳେଶ୍ଵର ଙ୍କ ମୁଖ୍ୟ ଫାଟକ ଆଗରେ ଧାରଣା ରେ ବସିଛନ୍ତି ।
ଧବଳେଶ୍ଵର ପୂଜକଙ୍କ ଅହିଂସା ଆନ୍ଦୋଳନ; ଜାଣନ୍ତୁ ପୁରା ଖବର

ଧବଳେଶ୍ୱର ଦ୍ୱୀପ ଧବଳେଶ୍ୱର ମହାଦେବଙ୍କ ପାଇଁ ପ୍ରସିଦ୍ଧ । ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ସହ ଶୀତଳ ଷଷ୍ଠୀ ଓ ଅଶୋକାଷ୍ଟମୀ ମହାଡ଼ମ୍ବରରେ ପାଳିତ ହୁଏ । ଅନ୍ୟାନ୍ୟ ପର୍ବ ମଧ୍ୟ ଏଠାରେ ପାଳିତ ହୁଏ । କାର୍ତ୍ତିକ ମାସରେ ସୋମବାର ମାନଙ୍କରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ । ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ପ୍ରତି ପିଣ୍ଡ ଦାନ କରାଯାଏ । ଖାସ୍ କରି କାର୍ତିକ ମାସର ବଡ଼ଠଶାରେ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ।

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ଙ୍କ ପୂଜକ ଆଜି ଅହିଂସା ଭାବରେ ଆନ୍ଦୋଳନ କରି ଧବଳେଶ୍ଵର ଙ୍କ ମୁଖ୍ୟ ଫାଟକ ଆଗରେ ଧାରଣା ରେ ବସିଛନ୍ତି । ଦୀର୍ଘ ଦୁଇ ମାସ ବିତିବାକୁ ଯାଉ ଥିବାବେଳେ ସ୍ଥାନୀୟ ପ୍ରଶାସନ ସର୍ବସାଧାରଣ ରେ ମନ୍ଦିର ଖୋଲିବାକୁ ତପ୍ତରତା ଦେଖାଉ ନଥିବାରୁ ଆଜି ବାଧ୍ୟ ହୋଇ ପୂଜକ ମାନେ ନୀତିକାନ୍ତି ସାରି ଧାରଣାରେ ବସିଛନ୍ତି।

ଯଦି ସରକାର ଏ ବିଷୟ କୁ ଗୁରୁତ୍ଵ ନ ଦିଅନ୍ତି ତେବେ ଆସନ୍ତା କାଲି ଅର୍ଥାତ୍ 27ତାରିଖରେ ପୁରୁଣା କଟକ ସମ୍ବଲପୁର ରାସ୍ତା କୁ ବନ୍ଦ କରିବା ସହ ୨୮ ତାରିଖରେ ବାବା ଧବଳେଶ୍ଵର ଙ୍କ ନୀତିକାନ୍ତି କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ଏନେଇ ସ୍ଥାନୀୟ ପ୍ରଶାସନ ପୂଜକ ମାନଙ୍କ ସହ ଆଲୋଚନା ଜାରି ରଖିଛି।

CuttackDhabaleswar templeOdishaPriests Agitation