ଅଚିହ୍ନା ଶବପାଇଁ ସାହାରା ସାଜିଲା ଓଡ଼ିଶା ମୋ ପରିବାରର ‘ଶେଷ ସାଥି’

ଗତ ଜାନୁଆରୀ ୧୪ତାରିଖରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ମଞ୍ଚେଶ୍ୱର ପୋଲିସ୍ ଷ୍ଟେସନ ନ୍ୟାୟପାଳିକା ଅନ୍ତର୍ଗତ କୁଆଖାଇ ନଦୀରେ ୩୫ବର୍ଷିୟ ଜନୈକ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା।

ସେବା ଓ ସମର୍ପଣର ଶକ୍ତ ସେତୁ ଓଡ଼ିଶା-ମୋ ପରିବାର ସର୍ବଦା ସାମାଜିକ ଦାୟିତ୍ଵବୋଧକୁ ସୁଚାରୁରୂପେ ତୁଲାଇଆସିଛି । ଯେତେବେଳେ କୌଣସି ଅଚିହ୍ନା,ଅଜଣା ଶବ ଅସହାୟ ଭାବେ ପଡ଼ିଥାଏ, ସେତେବେଳେ ଓଡ଼ିଶା-ମୋ ପରିବାର ତାକୁ ପ୍ରାଧାନ୍ୟ ଦେଇ ସସମ୍ମାନେ ଅନ୍ତିମ ସଂସ୍କାର କରିଥାଏ । ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ବାରଙ୍ଗ ଅଞ୍ଚଳରେ, ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କର ଦୃଷ୍ଟି ଗୋଚର ହେବା ପରେ ସଂଗଠନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା ।

ଗତ ଜାନୁଆରୀ ୧୪ତାରିଖରେ ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ମଞ୍ଚେଶ୍ୱର ପୋଲିସ୍ ଷ୍ଟେସନ ନ୍ୟାୟପାଳିକା ଅନ୍ତର୍ଗତ କୁଆଖାଇ ନଦୀରେ ୩୫ବର୍ଷିୟ ଜନୈକ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା। ଚିହ୍ନଟ ଉଦ୍ଦେଶ୍ୟରେ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଥିଲା। ଶେଷରେ, ପରିଚୟ ନ ମିଳିପାରିବାରୁ ପୋଲିସ, ଓଡ଼ିଶା-ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।

ସୂଚନା ପାଇବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଜୟ ଓଡ଼ିଶାର ଶବ ପରିବହନ ଯାନ ‘ଶେଷ ସାଥୀ’ ମାଧ୍ୟମରେ ଶବକୁ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା ଏବଂ ପୋଲିସ୍ ଦ୍ୱାରା ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ନିଜେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ସେଠାରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତୁଲାଇଥିଲେ ।

OdishaOdisha-Mo ParivarRudra SamantaraySesha Sathi