ଭୁବନେଶ୍ୱର ଓ କଟକରେ ଆରମ୍ଭ ହେଲା ଜରୁରୀକାଳୀନ ERSS ସେବା

କମିଶନରେଟ୍‌ ପୋଲିସକୁ ମିଳିଲା ୩୦ ERSS ଯାନ ।

ଟିଏନଆଇ ବ୍ୟୁରୋ: କମିଶନରେଟ୍‌ ପୋଲିସକୁ ମିଳିଲା ୩୦ ERSS ଯାନ । ନୂଆ ERSS ଯାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୋଲିସ କମିଶନରେଟ୍‌ ମୁଖ୍ୟାଳୟରେ ଏଥିପାଇଁ ବିଶେଷ ଆୟୋଜନ କରାଯାଇଥିଲା । ERSSର ଅର୍ଥ ହେଉଛି ଆପାତକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀ ବା ଏମରଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ ।

ଜରୁରୀକାଳୀନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଓ ଡାଏଲ୍‌ ୧୧୨ର ଉତ୍ତମ ସେବା ପ୍ରଦାନ ପାଇଁ ଓଡ଼ିଶା ସରକାର ୩୦ଟି ଏମରଜେନ୍ସିଂ ରେସପନ୍ସ ସପୋର୍ଟ ସିଷ୍ଟମ ଯାନକୁ ମଞ୍ଜୁର କରିଛନ୍ତି । କଟକ ଓ ଭୁବନେଶ୍ବର କମିଶନରେଟ୍‌ ଅଞ୍ଚଳରେ ମିଳିବ ସୁବିଧା । ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ ପୋଲିସ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୋଲିସ ବିଭାଗକୁ ଆହୁରି ସଶକ୍ତ କରାଯିବ । ଗୃହ ବିଭାଗରେ ୧୦ ହଜାର ପଦ ପୂରଣ ହେବ । ପୋଲିସର ଶକ୍ତି ଓ ଆତ୍ମବିଶ୍ବାସ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ଆହୁରି ଅଧିକ ଗୃହରକ୍ଷୀ ପଦ ସୃଷ୍ଟି ହେବ । ୫ ହଜାର ଗୃହରକ୍ଷୀ ପଦ ପୂରଣ ପାଇଁ ନିଷ୍ପତ୍ତି ହୋଇଛି ।

CM Mohan MajhiERSS