ଭୁବନେଶ୍ୱରରେ ଉଦଘାଟିତ ହେଲା ଦିବ୍ୟାଙ୍ଗଙ୍କ ପାଇଁ ଦେଶର ପ୍ରଥମ ସ୍ୱତନ୍ତ୍ର ପାର୍କ

ଏବେ ସାଧାରଣ ପିଲାଙ୍କ ପରି ଦିବ୍ୟାଙ୍ଗ ବି ପାର୍କରେ ଖେଳିବେ, ବୁଲିବେ । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ପକ୍ଷରୁ ସହିଦ ନଗରରେ ସେନସୋରି ପାର୍କ ଉଦଘାଟିତ ହୋଇଛି । ଦିବ୍ୟାଙ୍ଗଙ୍କ ପାଇଁ ନିର୍ମାଣ ହୋଇଥିବା ଏହି ପାର୍କଟି ରାଜଧାନୀର ସାହିଦନଗରରେ ରହିଛି ।

ଓୟୁଟିଆରର ମାଷ୍ଟରପ୍ଲାନକୁ ନବୀନଙ୍କ ମଞ୍ଜୁରୀ; ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା

ଓଡ଼ିଶାର ବୈଷୟିକ ଶିକ୍ଷା ଅନୁଷ୍ଠାନ ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟର ନବକଳେବର ହେବାକୁ ଯାଉଛି  । ତିନି ବର୍ଷରେ ଖର୍ଚ୍ଚ ହେବ ୧୫୦୦ କୋଟି ଟଙ୍କା ।

ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳା ଏବେ ଚଳଚଞ୍ଚଳ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି  ।  ଯାହା ଅକ୍ଷୟ ତୃତୀୟା ଦିନଠାରୁ ଆରମ୍ଭ ହୋଇଥାଏ । ରଥଯାତ୍ରା ପାଇଁ ଶ୍ରୀନଅର ସମ୍ମୁଖରେ ଥିବା  ରଥଖଳା ଏବେ ଚଳଚଞ୍ଚଳ ହୋଇ ଉଠିଛି ।‌

ଲଢ଼େଇ ପାଇଁ ପ୍ରସ୍ତୁତ ବ୍ରଜରାଜନଗର; ମୈଦାନରେ ଅଳକା-ରାଧାରାଣୀ-କିଶୋର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଅନେକ ବିଚାରବିମର୍ଶ ପରେ ତିନି ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି । ତେବେ ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ଓ ବିଜେଡି ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ ଶେଷରେ ଆଜି କଂଗ୍ରେସ ତରଫରୁ…

ଆଜି ନିଳାଦ୍ରୀ ମହୋଦୟାଷ୍ଟମୀ “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ପ୍ରକଟ ଉତ୍ସବ”

ଆଜି ହେଉଛି ନିଳାଦ୍ରୀ ମହୋଦୟାଷ୍ଟମୀ । ଏହି ତିଥିରେ ପ୍ରଭୁ ମର୍ତ୍ତ୍ୟ ବୈକୁଣ୍ଠ ରେ ପ୍ରକଟ ହୋଇଥିବାରୁ ଏହି ତିଥିକୁ ପ୍ରତିବର୍ଷ ପ୍ରକଟୋତ୍ସବ ଭାବେ ମହାସମାରୋହରେ ପାଳନ କରାଯାଇଥାଏ  ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଛି ବିଗୁଲ

ପ୍ରକାଶ ପାଇଛି ବ୍ରଜରାଜନଗର ଉପନିର୍ବାଚନ ବିଜ୍ଞପ୍ତି ଯେଉଥିପାଇଁ ନାମାଙ୍କନ ପ୍ରକ୍ରିୟା ବି ଆରମ୍ଭ ହୋଇଛି  । ସେପଟେ ଆରମ୍ଭ ହୋଇଛି ଦଳ ଦଳ ଭିତରେ ଅଙ୍କ କଷା । କେମିତି ନିର୍ବାଚନ ମଇଦାନ ପାର ହେବେ ସେ ନେଇ ଆରମ୍ଭ ହୋଇଛି ଦଳ ଭିତରେ କରସତ ।

ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ

ପବିତ୍ର ଅକ୍ଷୟ ତୃତୀୟାରେ ବଡଦାଣ୍ଡରେ ହେଲା ରଥ କାଠ ଅନୁକୂଳ । ବନଜାଗ ବିଧିରେ ସୁନା କୁରାଢିରେ ରଥ କାଠ ହଣାଯିବା ପରେ ଶୁଭାରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ ।

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିବ ଚଷା ପୁଅ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଅଖିମୁଠି ଅନୁକୂଳ କରିବ ଚଷା ପୁଅ । ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ। ଆଜିର ଦିନରେ ଚାଷୀ ଭାଇ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ।

ରାଜ୍ୟରେ ପ୍ରତିଷ୍ଠା ହେବି ୩୪ଟି ନୂଆ ଅଦାଲତ

ରାଜ୍ୟରେ ସରଳ ହେବାକୁ ଯାଉଛି ନ୍ୟାୟିକ ପ୍ରକ୍ରିୟା । ବିଭିନ୍ନ ଜିଲ୍ଲାରେ ଏବେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ରାଜ୍ୟ ସରକାର ମାରିଛନ୍ତି ମୋହର । ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେବେ ରାଜ୍ୟ ସରକାର

ଅକ୍ଷୟ ତୃତୀୟାରେ ପୁଣି ମିଳିବ ଚାଷୀଙ୍କୁ କାଳିଆ ଟଙ୍କା । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଟଙ୍କା ପ୍ରଦାନ କରିବେ । ଏହା ଚାଷୀଙ୍କୁ ରାଜ୍ୟ ସରକାରଙ୍କ ଭେଟି ।