ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T ) ଭି କେ ପାଣ୍ଡିଆନ୍ ଆଜି ସକାଳେ ପୁରୀ କୋଣାର୍କ ଓ କାକଟପୁର ଗସ୍ତରେ ଯାଇ ବିଭିନ୍ନ ବିକାଶ କାମ ବୁଲି ଦେଖିବା ସହ ମା ମଙ୍ଗଳାଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ।
ଜଗନ୍ନାଥ ସଂସ୍କୃତି ରେ ମା ମଙ୍ଗଳାଙ୍କ ପୀଠ ର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି ।ବିଶେଷ କରି ନବକଳେବର ସମୟରେ ଦାରୁ ଅନ୍ୱେଷଣ କାର୍ଯ୍ୟ ମାଆଙ୍କ ନିର୍ଦ୍ଦେଶ ରେ କରଯାଇଥାଏ ବୋଲି ବିଶ୍ବାସ ରହିଛି । ଏତଦବ୍ୟତୀତ ଓଡ଼ିଶାର ପ୍ରମୂଖ ଶକ୍ତି ପୀଠ ଭାବରେ ମା ମଙ୍ଗଳା ପୀଠ ଓଡ଼ିଶାର ଘରେ ଘରେ ପରିଚିତ । ପ୍ରତିଦିନ ହଜାର ହଜାର ଭକ୍ତ ମା ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି । ତେଣୁ 5T ଉପକ୍ରମ ରେ ଏ ପୀଠର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଗସ୍ତ ଅବସରରେ ପାଣ୍ଡିଆନ୍ ମଙ୍ଗଳା ପୀଠର ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ପୀଠର ଉନ୍ନତିକରଣ ବିଷୟରେ ଆଲୋଚନା କରିଥିଲେ ।
ମନ୍ଦିର ଜଳନିଷ୍କାସନ, ପାର୍କିଂ ଯାତ୍ରୀଙ୍କ ସୁବିଧା ପ୍ରାଚୀ ନଦୀ ଘାଟ ର ଉନ୍ନତିକରଣ ଆଦି ପାଇଁ ପଦକ୍ଷେପମାନ ଗ୍ରହଣ କରାଯିବ ।
ଏଥି ନିମନ୍ତେ ସେବାୟତ ସ୍ଥାନୀୟ ଲୋକ ଓ trustee ମାନଙ୍କ୍ ସହ ଆଲୋଚନା କରି ବିସ୍ତ୍ରୁତ ଯୋଜନା ପନ୍ଦର ଦିନ ମଧ୍ୟରେ ପ୍ରସ୍ତୁତ କରିବା ନିର୍ଦ୍ଦେଶ ଦେଇଥିଲେ । ଏହା ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ବୋଲି ପାଣ୍ଡିଆନ୍ ପ୍ରକାଶ କରିଥିଲେ । OBCC ଏହି ଯୋଜନା ପ୍ରସ୍ତୁତ କରିବ ।
ପୂର୍ବରୁ ପାଣ୍ଡିଆନ୍ ପୁରୀ ରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ । ସେଠାରୁ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ teaching hospital ନିର୍ମାଣ କାମ ବୁଲି ଦେଖିଥିଲେ ଓ ଅଗ୍ରଗତି ର ସମୀକ୍ଷା କରିଥିଲେ ।
2023 ଜୁନ ସୁଦ୍ଧା teaching hospital କାମ ଶେଷ ହେବ ବୋଲି ସମୀକ୍ଷା ରୁ ଜଣାଯାଇଛି ।
ପରେ କୋଣାର୍କ ଯାଇ 5T ସଚିବ ପାଣ୍ଡିଆନ୍ ଚନ୍ଦ୍ରଭାଗା ବେଳାଭୂମି ବିକାଶ କାମ, କୋଣାର୍କ ଚନ୍ଦ୍ରଭାଗା ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ନୂଆ ରିଂ ରୋଡ କାମ ଅନୁଧ୍ୟାନ କରିଥିଲେ ।
କାମର ଅଗ୍ରଗତି ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ପାଣ୍ଡିଆନ୍ ସମୀକ୍ଷା କରିଥିଲେ । କୋଣାର୍କ ଚନ୍ଦ୍ରଭାଗା ରାଜପଥ ସମ୍ପ୍ରସାରଣ କାମ 2023 ଏପ୍ରିଲ ସୁଦ୍ଧା ଶେଷ କରିବାକୁ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।
5T ସଚିବ ଙ୍କ ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ,ଏସପି, ତଥା ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।